STORYMIRROR

Ansuman Swain

Others

3  

Ansuman Swain

Others

କିଏ ବା ଏଠି ନିଜର

କିଏ ବା ଏଠି ନିଜର

1 min
199


କାହାକୁ କହିବି ନିଜର ମୁଁ ଆଉ 

 ନିଜ ଲୋକ ଦେଲା ଠକି

ସବୁଦିନ ପାଇଁ ହୋଇଲି କଙ୍କାଳ

  ହସୁଛନ୍ତି ମୋତେ ଦେଖି 

ନିଜ ଲୋକ ଦେଲା ଠକି......


ଲଢ଼ିବାକୁ ଆଉ ନାହିଁ ଯେ ସକ୍ଷମ

    ହୋଇଗଲି ବେଶହରା

ଲୋକ ଦେଖାଣିଆ ହସୁଅଛି ସିନା

 ଶାନ୍ତି ତ ଦେଉନି ଧରା 

           ହୋଇ ଗଲି ବେଶହରା.....


ମର୍ଯ୍ୟାଦା ପୁରୁଷ ଖେଳ କରୁଥିଲେ

   ଦେଖୁଥିଲି ଖାଲି ମୁହିଁ

ପ୍ରେମ ହୋଇଗଲା କଣ୍ଟକ ବନ ଟେ

       ଯନ୍ତ୍ରଣା ପାଉଛି ରହି  

ଦେଖୁଥିଲି ଖାଲି ମୁହିଁ......


ସବୁଦିନ ପାଇଁ ମନେ ତ ରହିବ

     ଭୁଲି ତ ପାରିବି ନାହିଁ

ଶେଷ ଇଚ୍ଛା ମୋର ହୋଇବ ପୂରଣ

        ଜଳିଲେ ମୋହରି ଜୁଇ 

ଭୁଲିତ ପାରିବି ନାହିଁ........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍