STORYMIRROR

Sangita Mishra Satapathy

Others

4  

Sangita Mishra Satapathy

Others

କିଏ ଆଣିଦେବ ମୋ ପିଲାବେଳ?

କିଏ ଆଣିଦେବ ମୋ ପିଲାବେଳ?

1 min
326

ହଜିତ ଯାଉଛି ଶୈଶବ ଏଠି

 କଣ୍ଢେଇ ଆଉ ବା କିଏ ଖୋଜୁଛି?

ସେନେହ ଆଦର ଖୋଜୁଛି ଶିଶୁ

ତା ପାଇଁ ସପନ ହେଲାଣି ସବୁ

ମନେ ପଡିଯାଏ କଣ୍ଢେଇ ଦେଖି 

ପିଲାଦିନ କିଏ ଆଣନ୍ତା ଖୋଜି?

ରାଜାରାଣୀ ଆଉ କଣ୍ଢେଇ ଖେଳ

ବୋହୁବୋହୁକା କଣ୍ଢେଇ ଖେଳ

ତା କଣ୍ଢେଇ ରାଜା ମୋହର ରାଣୀ

ମିଛି ମିଛି କେତେ ମିଠା କାହାଣୀ

କ୍ଷୀରି ପୁରି କେତେ ବାଲିର ଭାତ

ଅଭୁଲା ସ୍ମୃତିରେ ସବୁ ଅଛି ତ

ହାତୀ ଘୋଡା ବାଘ ଭାଲୁ କଣ୍ଢେଇ 

 ସାଥିସଙ୍ଗାତଙ୍କୁ ଦେଖାନ୍ତି ନେଇ

ଚାଲିତ ଯାଇଛି ମୋ ପିଲାବେଳ

ସମୟ ଚକରେ ଗଡିଛି ବେଳ

ହଜିବି ଯାଉଛି କଣ୍ଢେଇ ଖେଳ

କିଏ ଆଣିଦେବ ମୋ ପିଲାବେଳ?

କଣ୍ଢେଇ ଧରି ମୁଁ କରନ୍ତି ଗେଲ।



Rate this content
Log in