STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

କିଛିଲୋଡାନାହିଁମୋର

କିଛିଲୋଡାନାହିଁମୋର

1 min
110

@ ଶଶାଙ୍କ ଶେଖର ରାୟ

(ସୁଲଳିତ ରୀତିରେ ନବାକ୍ଷର ଛାନ୍ଦେ )


ଲୁହକୁ ହସ ବୋଲି ମଣି

ଭଜୁଛି ତୁମ ନାମ ବାଣୀ ।

ଶାଗ ପଖାଳେ ଯାର ମନ

ନ ମିଳୁ ପଛେ ଘିଅ ଅନ୍ନ ।

ଭଙ୍ଗା କୁଡିଆ ଥିଲେ ବାସ

ମୋ ପାଇଁ ସେତ ରାଜଉଆସ ।

ଚିରା ବସନେ କଟେ ଦିନ

ପାଟ ପାଇଁ ବଳିନି ମନ ।

ଯାହାତ ଦେଇଛ ହେ ସାଇଁ

ମନ ଉଣା କରିବି କାହିଁ ।

ପାଷାଣ କର ମୋର ଛାତି 

ସହିବାକୁ ଦିଅ ଶକତି ।

ତୁମ ଶ୍ରୀପୟ ସଦା ଧରି

ଭବ ସାଗରୁ ହେବି ପାରି ।

ମାଗୁନାହିଁ ମୁଁ ଧନଜନ 

ତୁମ ପାଦେ କୋଟି ଶରଣ ।

ଓଠେ ଥାଉ ତୁମରି ନାମ

ଛାଡିଯିବା ଯାଏଁ ଏ ଧାମ ।


ବଟରପଡା ରାଜକନିକା କେନ୍ଦ୍ରାପଡା


Rate this content
Log in