STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

କିଛିବାଟ

କିଛିବାଟ

1 min
378




କିଛି ବାଟ ଲମ୍ବିଥିଲା ଠିକଣା ଯାଗା କୁ

କିଛି ବାଟ ମୋଡି ଥିଲା ମୁହଁ

କିଛି ବାଟ ଖୋଜୁଥିଲା ସପନ ରାଇଜ

କିଛି ବାଟ ତୋଳୁଥିଲା ଲୁହ...


କିଛି ବାଟ ଆଣିଦେଲା ଫଗୁଣ ର ଫଲ୍ଗୁ

କିଛି ବାଟ ଆଙ୍କେ ନଗ୍ନ ଦେହ

କିଛି ବାଟ ଖେଳୁଥିଲେ ଛକିଶୂନ ଖେଳ

କିଛି ବାଟ ଭରା ଖାଲି କୋହ...


କିଛି ବାଟ ରଙ୍ଗ ହୀନ ପତ୍ର ଝଡା ଋତୁ

କିଛି ବାଟ ସାଗର କୁ ସୁଅ

କିଛି ବାଟ ମାତିଥିଲେ ଫଗୁ ଅବିର ରେ

କିଛି ବାଟ ଦିଶା ହୀନ ମୋହ...


କିଛି ବାଟ ମାପୁଥିଲେ ଆବେଗ ର ଢେଉ

କିଛି ବାଟ ଖୋଜେ ଚିହ୍ନା ମୁହଁ

କିଛି ବାଟ ଫେରୁଥିଲେ ସୁଖ ର ହାଟରୁ

କିଛି ବାଟ ପରିଚିତ ନୁହଁ...


କିଛି ବାଟ ରହିଥିବ ଅମଳିନ ହୋଇ

କିଛି ବାଟ ସାଉଣ୍ଟି ବ ସ୍ନେହ

କିଛି ବାଟ ଜାଳିଦେବ ନରମ ହୃଦୟ

କିଛି ବାଟ ଶିକ୍ତ ପୁଷ୍ପମୟ...


×-×-×-×-×-×-×-×-×-×-×

ଶିବ ଚରଣ ମହାପାତ୍ର

ଚକ୍ରଧରପୁର : କେନ୍ଦୁଝର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍