STORYMIRROR

Nityananda Sahu

Others

3  

Nityananda Sahu

Others

କିଛି ସ୍ମୃତି ରହିଯାଏ

କିଛି ସ୍ମୃତି ରହିଯାଏ

1 min
309

 

ତୁମର ଧାର ଧାର ଅଶ୍ରୁର ନଈର,

କୂଳେ କୂଳେ ଆଜି ମୁଁ ଭାସିଯାଉଛି ।।

କାହିଁକି ତୁମର ହୃଦୟକୁ ଛୁଇଁ

ମୁଁ ଆଜି ତୁମର ବେଶି ମନେପଡୁଛି !!

ତୁମେ ବିରହିନୀ ସାଜି ଝୁରୁଛ ବୋଲି

ଆଜି ମୋ ହୃଦୟ ଥରି ଉଠୁଛି

ଯେଉଁ ମଣିଷକୁ ହତାଦର କରି ଯାଇଥିଲ

ଆଜି ସେ ମଣିଷକୁ କାହିଁକି ଝୁରି ହେଉଛ ।।

ହାତେ ମାରି ଦେଇ ପ୍ରେମ ଯାଇଥିଲ

ଆଜି କାହିଁକି ଲହୁରେ ଜୀବନ୍ତ କରୁଛ ।।

ମତେ ଭଲ ପାଇ ଭୂଲ କରିଥିଲ

ଚାଲିଗଲା ବେଳେ ହସି ହସି କହୁଥିଲ

ଆଜି କୁହ କେଉଁ ଭୂଲର ତୁମେ ପ୍ରାୟଶ୍ଚିତ କରୁଛ !!

କାହିଁକି ହୃଦୟର ଶ୍ମଶାନରୁ ଚେଷ୍ଟା କର ବଞ୍ଚେଇବାକୁ,

ହାତେ ମାରି ଦେଇ ଯାଇଥିବା ମଣିଷକୁ ।।

କିଛି ନ କହି , ସବୁ ସହି ଯାଇ

କେମିତି ବୁଝିବ ତୁମେ ଗଲା ପରେ

ବଞ୍ଚିଛି ସେ ଆଜି ଦୁନିଆଁ ରେ ।।

ଆଉ କୁହୁଳାଅ ନାହିଁ ସେ ସ୍ମୃତିର ପାଉଁଶ

ହସିଲା ସଂସାର ଯିବ ତୁମ ଫୁଣି ଭାଙ୍ଗି ।।

ଭଙ୍ଗା ହୃଦୟର ମଣିଷ ର ଦର

କେହି କିଣିବେ ନାହିଁ ମୂଳ ମୂଲ୍ୟକୁ ତା'ର ଦେଇ !

ଅଫେରା ବାଟରେ ତୁମେ ରହିଥିବ

ଆଉ ଆସ ନାହିଁ ସାଜି ଶେଷ ଶ୍ରାବଣ

ତୁମେ ଯଦି ଆସିବ ପାଉଁଶ ଲିଭିବ

ପ୍ରେମ ଆମର ହୋଇଯିବ ଶେଷେ ବିଲୀନ ।।

ହୃଦୟ ତଟନୀରେ ସ୍ମୃତି ନଈ ନିତି କୂଳ ଖାଏ

କୂଳେ କୂଳେ କାନେ ତୁନି କହିଯାଏ...

କିଛି ସ୍ମୃତି ରହିଯାଏ......

କିଛି ସ୍ମୃତି ରହିଯାଏ.....!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍