କିଛି ଶେଷ କଥା
କିଛି ଶେଷ କଥା
କିଛି ଶେଷ କଥା ହୃଦୟେ ସାଇତା
ଷ୍ଟୋରୀମିରର ମଞ୍ଚ ପାଇଁ
ଲେଖକ ଲେଖିକା କବି କବୟିତ୍ରୀ
ଧନ୍ୟ ହେଲେ ଯା'କୁ ନେଇ ।
ଦଶଗୋଟି ଭାଷା ନିଶୁଳ୍କ ସେବାରେ
ସଦା ଵାଣ୍ଟେ ଆନନ୍ଦକୁ
କୋଣେ ଅନୁକୋଣେ ଭାରତ ଭୂଖଣ୍ଡେ
ଛୁଇଁଲାଣି ସେ ଶୀର୍ଷକୁ ।
ବିଭୁଦତ୍ତ ସାର୍ କର୍ମକର୍ତ୍ତାମାନେ
ବିନୟ ବଚନ କହି
ନମ୍ର ନିଵେଦନେ ଶାଳୀନତା ପୂର୍ଣ୍ଣେ
ମନକୁ ଦିଅନ୍ତି ମୋହି ।
ବଣମଲ୍ଲୀ ଫୁଟି ସୁବାସ ଵିତରି
ଝଡିପଡୁଥିଲା ବନେ
ଅଲୋଡ଼ା ଅଦେଖା ପଣରେ ତା' ଗୁଣ
ଦୃଶ୍ୟ ନୁହେଁ କା' ନୟନେ ।
ଷ୍ଟୋରୀମିରର ର ସଫଳ ପ୍ରୟାସେ
ବଣମଲ୍ଲୀ ରାଜରାଣୀ
ସୃଜନୀ ତାହାର ସମାଜେ ପ୍ରଚାର
ନାନା ରଙ୍ଗେ ହୁଏ ଵୁଣି ।
ସାହିତ୍ୟ ସାଗରେ ସାଉଁଟନ୍ତି ମୋତି
ଲେଖକ ଲେଖିକା ମାନେ
ଅସାଧ୍ୟ ଦୁଃସାଧ୍ୟ କଠିନ ବ୍ୟାପାର
ଥିଲା ଯେ ପୁରୁଣା ଦିନେ ।
ଯାଇଛି ସେ ଦୁଃଖ ହୋଇ ଯେ ବିମୁଖ
ଷ୍ଟୋରୀମିରର ସଂସ୍ଥା ପାଇଁ
କେତେ କେତେ ନୂଆ ପ୍ରତିଯୋଗିତାର
ଆୟୋଜନ ମାନ ହୋଇ ।
ଭାଷା ସାହିତ୍ୟର ସମୃଦ୍ଧି ଦିଗରେ
ମହାନ ତା ' ପଦକ୍ଷେପ
ସମ୍ମିଳିତ ସ୍ବରେ ସୃଜନୀ ସଂସ୍ଥାରେ
ଜଳୁଛି ସେ ମହାଦୀପ ।
ଉନ୍ନତିର ଦିନେ ଚରମ ଶିଖରେ
ପହଞ୍ଚିଯିବ ସାହିତ୍ୟ
ସୁନାମ ଗୌରବ ସମ୍ମାନ ଅର୍ଜିଵ
ଦେଖାଇ ଭାଷା ଲାଳିତ୍ୟ ।
କାଳିଆର କୃପା ଵର୍ଷୁ ଘନଘନ
ହେଉ ସଂସ୍ଥା ଅଗ୍ରସର
ଲଭି ମହାଦୃତି ଵିଶ୍ଵେ ପାଉ ଖ୍ୟାତି
ସେ ଆମ ଷ୍ଟୋରୀମିରର ।
