STORYMIRROR

Suresh chandra Padhy

Others

3  

Suresh chandra Padhy

Others

କିଛି ଶେଷ କଥା

କିଛି ଶେଷ କଥା

1 min
204

ଭଲ ପାଇଥିଲି ତୋତେ ମନ ମୋ ଦେଇଥିଲି

 ତୋ ଜୀବନରୁ ପ୍ରିୟା ଦୂରେଇ ମୁଁ ଗଲି

ଶେଷ ଚିଠିରେ ମୋ ଶେଷ କଥା କହିଗଲି

ଭାବିଥିଲି ତୋ ସାଥେ ମୁହିଁ ସୁନାର 

ସଂସାର ଗଢ଼ିବି

ମୋ ଜୀବନେ ଏମିତି ଝଡ଼ ଆସି ଗଲା ତୋ ଠାରୁ ଦୂରେଇ ଗଲି

ଶେଷ ଚିଠିରେ ମୋ ଶେଷ କଥାକୁ କହି ଦେଲି

ତୁ ଯେଉଁଠି ଥିବୁ ଭଲରେ ଥିବୁ

ଦିନେ ହେଲେ ପ୍ରିୟା ମୋତେ ନ ଝୁରିବୁ

ତୋ ଭଲ ପାଇ ବାର ରାଣ ତୋତେ ଦେଇଦେଲି

ଶେଷ ଚିଠିରେ ମୋ ଶେଷ କଥାକୁ କହି ଗଲି

ତୁ ପିନ୍ଧି ଥିବୁ ତୋ ମଥାରେ ସିନ୍ଦୂର

ସିନ୍ଦୂର ପିନ୍ଧି ତୁ ଦିଶିବୁ ଭାରି ସୁନ୍ଦର

 ତୋ ହାତର ଶଙ୍ଖା ମଥାର ସିନ୍ଦୂର ବଜ୍ର ହେଉ କହି ଦେଲି

ଶେଷ ଚିଠିରେ ମୋ ଶେଷ କଥାକୁ କହି ଗଲି

ମୁଁ ଗରିବ ବୋଲି ତୋ ଘର ଲୋକ 

ମୋତେ ଘୃଣା କରିଥିଲେ

କେତେ ଅପମାନ ଦେଇ ଘରୁ ତଡିଦେଲେ

ମୋ ପ୍ରିୟା ତୋ ପାଇଁ ସବୁ କିଛି ଦେଇଥିଲି

ଶେଷ ଚିଠିରେ ମୋ ଶେଷ କଥାକୁ କହିଗଲି

ତୋ ଜୀବନସାଥି ତତେ ଆଜି ମିଳି ଗଲା

ସାତ ଜନ୍ମ ପାଇଁ ପ୍ରିୟା ତୋତେ ନିଜର କଲା

ମୁଁ ତୋଠାରୁ ଦୁରେଇ ଜହରକୁ ପିଇ ଦେଲି

ଶେଷ ଚିଠିରେ ମୋ ଶେଷ କଥାକୁ କହି ଗଲି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍