STORYMIRROR

ବିଜୟ କୁମାର ନାୟକ

Others

3  

ବିଜୟ କୁମାର ନାୟକ

Others

କିଛି ମୁଁ ତ କରିନାହିଁ

କିଛି ମୁଁ ତ କରିନାହିଁ

1 min
285

କିଛି ମୁଁ ତ କରିନାହିଁ...!


କିଛି ତ ସେମିତି ନାହିଁ...., 

ଦୋଷ ମୋର ଦିଅ ନାହିଁ.

ଇଚ୍ଛା ଟିକେ ହେଲା , ମନ ଫୁର୍ତ୍ତି ପାଇଁ

ଫୁର୍ତ୍ତି କଲି ଯଦି, ରଞ୍ଜ ଘସ କାହିଁ,

ବେଶୀ କିଛି କରି ନାହିଁ.....।


ଦୋଷ ମୋର ଜମା ନାହିଁ...

ସତ ଦେଉଛି ମୁଁ କହି,

ଦିନ ତିନି ଟା ରେ, ଯାଉଥିଲି ଦାଣ୍ଡେ,

ସହସ୍ର କାମନା ଜାଗିଥିଲା ଅଙ୍ଗେ,

ରଖିଲି ତାକୁ ଚପାଇ,

କିଛି ତ ସେମିତି ନାହିଁ......।


ଦେଖିଲି ଆସୁଚି ଧାଇଁ....

ଦାଣ୍ଡରେ କୁନି କଣ୍ଢେଇ,

ସମ୍ଭାଳି ନପାରି, ଖିଲି ଖିଲି ହସ,

କାମନା ପୂରଣ କରିବ ଅବଶ୍ୟ,

ଶୋଷ ଦେବ ମୋ ମେଣ୍ଟାଇ,

ଡାକିଲି ହାତ ବଢ଼ାଇ....।


ଗାଁ' ର ବି ଜଣେ ମୁହିଁ,

ଚିହ୍ନା ଜଣା ତ ଅଛଇ,

ସାଇକେଲ ଟା' କୁ ଶିଖାଇ ଦେବି,

ରଜ ପରା ଦୋଳି ଝୁଲେଇ ଦେବି,

ଆ ମୋ ସହ କଣ୍ଢେଇ,

କିଛି ତ ସେମିତି ନାହିଁ...।


ଆଗରେ ନେଇ ବସେଇ,

ଝାଉଁ ଜଙ୍ଗଲ କୁ ନେଇ,

ମନ ଇଚ୍ଛା ଯାହା ପୂରଣ ମୋ କଲି,

କ୍ଷୁଧା ମୋ ଦେହ ର ତୃଷାଇ ପାରିଲି,

ଆଗ ପଛ ଭୁଲି ଯାଇ,

କିଛି ତ ସେମିତି ନାହିଁ....।


ଭାବିଲି ମୁଁ ନିରିଖେଇ,

ଲହୁ ଲୁହାଣ କଣ୍ଢେଇ,

ଛାଡ଼ିଦେଲେ ଆକୁ କହିଦେବ ଯଦି,

ଧରା ପଡ଼ିଯିବ, ମୋର କଳା ଖୁବି,

ରାସ୍ତାରୁ ଦେବି ହଟେଇ,

କିଛି ତ ସେମିତି ନାହିଁ....।


ତିନି ଧାରାକୁ ଲଗେଇ,

ଫାଶୀ ଦିଅ ମୋତେ କାହିଁ,?

ଆଉ କିଛି ଦୋଷ ଜମା କରି ନାହିଁ,

ଇଛା ଥିଲା ଆଉ ଅନେକ କିଛି ପାଇଁ,

ବଳାତ୍କାର ,ହତ୍ୟା ପାଇଁ,

କିଛି ତ ସେମିତି ନାହିଁ....।।। ବିଜୟ।।।


Rate this content
Log in