STORYMIRROR

Bijaya Ketan Sahu

Others

2  

Bijaya Ketan Sahu

Others

କିଛି ଇଚ୍ଛା ଓ କିଛି ପ୍ରାର୍ଥନା

କିଛି ଇଚ୍ଛା ଓ କିଛି ପ୍ରାର୍ଥନା

1 min
13.1K


ସବୁରି ଭିତରେ ଶାନ୍ତି ଚାହେଁ ପ୍ରଭୁ,

ସୁଖ ହେଉ ଅବା ଦୁଃଖ

ହସି ହସି ଦୁଃଖ ସହିଯିବି ପ୍ରଭୁ

ଚାହିଁ ତବ ପଦ୍ମମୁଖ।

ଶକ୍ତି ଦିଅ ମୋତେ ଦୁଃଖ ସହିବାକୁ,

ସୁଖେ ନଦିଅ ଆସକ୍ତି

ଦୁଃଖ ଅବା ସୁଖ ଯାହା ଆସୁ ପଛେ,

ଶ୍ରୀଚରଣେ ଦିଅ ଭକ୍ତି।

ମାୟାଲିପ୍ତ ଯେହ୍ନେ ନହୁଏ ମୁଁ ପ୍ରଭୁ,

ନହୁଏ ମୁଁ ପାପାସକ୍ତ

ତୁମ ନାମାମୃତ ପାନ କରି ସଦା

ତୁମ ପ୍ରେମେ ହେବି ସିକ୍ତ।

ମୃତ୍ୟୁ ଭୟ ତିଳେ ନାହିଁ ମୋର ମନେ

ତୁମେ ମୋ ଆଶ୍ରୟଦାତା

ଏ ସଂସାର ପଛେ ପର କରୁ ମୋତେ

ତୁମେ ମୋର ମାତା ପିତା।

ତୁମରି ପ୍ରତିଷ୍ଠା ଜୀବନର ଲକ୍ଷ୍ୟ

ହେଉ ମୋର ଅବିରତ

ମୋ ଜୀଵନ ନାଥ, ଜଗତର ନାଥ

ତୁମେ ମୋ ମାନ ମହତ।

ମୋ ହୃଦ ମନ୍ଦିରେ ବିରାଜ ହେ ପ୍ରଭୁ

ଶ୍ରୀ ପାଦେ ମୋର ପ୍ରାର୍ଥନା

ମୋ ସାଥିରେ ରହିଥାଅ ପ୍ରତିକ୍ଷଣେ

ଏଇ ମୋ ମନ ବାସନା।

ମୋ ମରଣ କାଳେ ଦେବ ଯେ ଦର୍ଶନ

କରେ ମୁହିଁ ନିବେଦନ

ତୁମ୍ଭରି ଦର୍ଶନେ ପାଇଯିବି ମୋକ୍ଷ

କହଇ "ବିଜୟ କେତନ"।

*******


Rate this content
Log in