କିଛି ବିଚାରକ ମଣିଷତ୍ୱ ହୋଇଛି ନଷ୍ଟ
କିଛି ବିଚାରକ ମଣିଷତ୍ୱ ହୋଇଛି ନଷ୍ଟ
ଅନ୍ଧାର ଓ ଆଲୁଅରେ ଭରା ମନୁଷ୍ୟ
ଜୀବନର ଚଲାପଥ
କିପରି ଆସିଛି କିଏ ବି ଜାଣିଛି ମନୁଷ୍ୟ
ଜୀବନର ଗତିପଥ ।୧।
ସପନ ରହିଛି ରହିବ ଅବ୍ୟକ୍ତ ସପନ-
ଗୁଡିକୁ ମନରେ ଧରି
ଚାଲଇ ମଣିଷ ହସଇ ମଧ୍ୟ ଦୁଃଖ ସୁଖ
ଭିତରେ ଘର କରି ।୨।
କର୍ତ୍ତବ୍ୟ ସହିତ ଅଧିକାର ଲିଖିତ ହୋଇଛି
ପରେ ଆମ ସମ୍ବିଧାନରେ
ମୌଳିକ ଅଧିକାର ମାନବାଧିକାର ସୁରକ୍ଷା
ପାଇଁ କୋର୍ଟ ଅଛି ଦେଶରେ ।୩।
ପେଟରେ ଭୋକ ଆସିଲେ ମଣିଷର ସମସ୍ତ
ସୁଖ ଦଗ୍ଧ ହୁଏ ଦୁଃଖ ଶୋକ ଆସିଥାଏ
ସମସ୍ତ ସ୍ୱାଭିମାନ ଛାଡି ମାଗି ଖାଏ ଅବା ପେଟ
ଭୋକ ମେଣ୍ଟିବା ପାଇଁ ଚୋରି କରିଥାଏ ।୪।
ସୁଖ ଦୁଃଖକୁ ସେ ସମାନ ମଣି ପାରିବକି
ସେ ବୋଲାଇ ପାରିବକି ସ୍ଥିତପ୍ରଜ୍ଞ
ସେତେବେଳେ କେହି ଭାବି ପାରିବକି ଦୁଃଖ
ଯନ୍ତ୍ରଣା ସଂସାରର ଜୀବନ ଯଜ୍ଞ ।୫।
ହେଉ ସେ ବାବାଜି ମାତାଜି କୁହ କିଏ ଭାବୁଛି
ଅଢେଇ ଦିନର ଜୀବନ ମୋର
ନର କହେ ମୋର ମୋର ଜାଣି ବି ପିଣ୍ଡ ପଡିଥିବ
ପ୍ରାଣ ଚାଲିଯିବ ଛ ଖଣ୍ଡି କାଠ ଦର୍କାର ।୬।
ଆଇନ ଶାସନ ସମସ୍ତେ ସମାନ ଓ ସୁରକ୍ଷିତ
ସମ୍ବିଧାନଗତ ଆଇନ ପାଖରେ
ଜୀବନ ଧାରଣ ପାଇଁ ଅଧିକାର ପାଇଁ ନିଜ ସ୍ୱର
ତୋଳିବାକୁ ପଡେ ଅଦାଲତରେ ।୭।
ଅର୍ଥ କରୁଛି ସମସ୍ତ ଅନର୍ଥ ଦୁନିଆଁଟା ଆଜି କୁହ
ନୂଆ ନୂଆ ଲାଗୁନିକି
କେତେ ରାବଣ ବିଚାରକ ହୋଇ ସାଧୁତା ରକ୍ତକୁ
ନିଜ ସ୍ୱପ୍ନ ପାଇଁ ନଷ୍ଟ କରୁ ନାହାଁନ୍ତିକି ।୮।
ମଣିଷ ପଣିଆ ମାନବିକତା ସହନଶୀଳତା ସବୁ
ଆଜି କିଛି ବିଚାରକର ହୋଇନି କି ନଷ୍ଟ
ଅଧିକାର ଆଇନ ସୁରକ୍ଷା ଦେବା ପରିବର୍ତ୍ତେ ଧନୀ
ଅନ୍ୟାୟୀ ଦୁର୍ନୀତି ବ୍ୟକ୍ତିର ସାଥି ହୋଇଛି ସେତ ।୯।
