STORYMIRROR

Ajaya Mahala

Others

3  

Ajaya Mahala

Others

କିଛି ଭୁଲିନି

କିଛି ଭୁଲିନି

1 min
319


ତରୁଣ ଅଧରେ ତୁମ ଦର ଫୁଟା ହସ

ଅନୁଭବହୀନ ନବଯୌବନ ପରଶ

କିଛି ମୁଁ ଭୁଲିନି

କିଛି ମୁଁ ଭୁଲିନି


ଅଳତା ମୋ ପାଦେ ଥିଲା ହାତେ ମଞ୍ଜୁଆତି

ଲୁଚି ଅନ୍ଧାରରେ ଆସିଥିଲ ସେହି ରାତି

କିଛି ମୁଁ ଭୁଲିନି

କିଛି ମୁଁ ଭୁଲିନି


ବହି ପରି ପଢିବାର ମୋ ତନୁର ପୃଷ୍ଠା 

ଦୁଇ ହାତେ ଟେକିବାର ଶତ ଅପଚେଷ୍ଟା

କିଛି ମୁଁ ଭୁଲିନି

କିଛି ମୁଁ ଭୁଲିନି


ମିଚି ମିଚି ଅନ୍ଧାରର ଯେତେ ବର୍ଷା ରାତି

ଗୋଡ଼ ଛନ୍ଦା ଛନ୍ଦି ମାଘ ମାସର ପାହାନ୍ତି

କିଛି ମୁଁ ଭୁଲିନି

କିଛି ମୁଁ ଭୁଲିନି


କିଛି କିଛି ତୁମ ପୂର୍ବ ପ୍ରେମିକାର ସ୍ମୃତି

କିଛି ତୁମ ଗୁଣୁ ଗୁଣୁ ସେ ଉଦାସ ଗୀତି

କିଛି ମୁଁ ଭୁଲିନି

କିଛି ମୁଁ ଭୁଲିନି


ଗୋଟିଏ ଥାଳିରେ ଆମ ଭାତ ତୁଣ ବାଣ୍ଟ

ବଳକା ମୋ ସଦା ସଦା ତୁମର ନିଅଣ୍ଟ

କିଛି ମୁଁ ଭୁଲିନି

କିଛି ମୁଁ ଭୁଲିନି


ଏବେ ଚାଲିଗଲ ପସନ୍ଦର ରାସ୍ତା ବାଛି

କଥା ଦେଇ ଭୁଲିଗଲ କଥା ସବୁ କିଛି

(ହେଲେ) କିଛି ମୁଁ ଭୁଲିନି

କିଛି ମୁଁ ଭୁଲିନି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍