STORYMIRROR

SUNIL KUMAR Mallick

Others

2  

SUNIL KUMAR Mallick

Others

କିଛି ଅନାବନା

କିଛି ଅନାବନା

1 min
922



ତୋର ମନେ ଅଛି ନା

ସେ ଶାଳ ଗଛ ଡାଳରେ ବସିଥିବା

କୁନି ଶୁଆଟି

ତତେ କେମିତି ଚାହୁଁଥିଲା ?

ଠିକ୍ ଯେମିତି ମୁଁ ତତେ ଚାହେଁ

ସକାଳର ମୁଲାୟମ ଖରାରେ

ଆଉ ସନ୍ଧ୍ୟାର ଛାଇ ଭର୍ତ୍ତି ବେଳାରେ।

ହଁ ସେତିକି ବେଳେ ତୁ

ବତୁରି ଯାଉ ଚା ଗ୍ଲାସରେ ପଡିଥିବା ବିସ୍କୁଟ ପରି

ଆଉ ମୁଁ ଚହଲି ଯାଏ ତୋ ଆଖିର

ଇଷତ୍ ଲାଜରେ ଆମ ଟିଭିର କଳାଧଳା ପର୍ଦ୍ଦା ପରି ।

ମୁଁ ବେଶ୍ ଖୁସି ଥାଏ ତୋ ପାଇଁ

ଆଉ ତୁ ମୋ ପ୍ରେମ ପାଇଁ

ଏଇ ତୁ ମୁଁ ଭିତରେ

ଗଡି ଯାଏ ସମୟ

ବଢିଯାଏ ପ୍ରେମ ବିଲକୁଲ

ଏକ ଅଲଗା ପଣରେ ।

ରାତି ଠୁ ଧାର୍ ଆଣିଥିବା ସମୟ ବି

ନିଅଣ୍ଟ ପଡେ

ଦିନ କଥା ନ କହିବା ଭଲ

ସେ ତ ସେମିତିରେ ବି କମ୍

ଜାଣା ପଡେ ତୁ ମୋ ପାଖରେ ଥିଲା ବେଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍