STORYMIRROR

pratap nayak

Others

3  

pratap nayak

Others

କି ଉତ୍ତର ଦେବିଯେ ତୁମକୁ ??

କି ଉତ୍ତର ଦେବିଯେ ତୁମକୁ ??

1 min
13.8K


କିଏ କହେ ଦୀପାବଳୀ ଆଣେ ଶବ୍ଦ ଆଉ ବାୟୁ ପ୍ରଦୁଷଣ!

ଜଳା ଯାଏ ଟଂକା ଏଠି ମୁଠା ମୁଠା!

ଅସାବଧାନତାରୁ ଭୋଗିବାକୁ ହୁଏ ପୋଡିଯିବାର ଭୟ!

ଠୋ ଠା ଶବ୍ଦରେ ଡରନ୍ତି ନିରୀହ ପଶୁପକ୍ଷୀଗଣ!

ସତରେ

କୋଟିପତିକୁ ପରାଧ୍ୟ କୋଟିପତି କରୁଥିବା କଳକାରଖାନାରେ

ହୁଏନା କି ଶବ୍ଦ ଆଉ ବାୟୁ ପ୍ରଦୁଷଣ

ନିରୀହ ପଶୁପକ୍ଷୀଙ୍କୁ ମାରି ଖାଇବା ସେମାନଙ୍କ ଆଗରେ

ସେ ଭୟଠାରୁ କଣ ଠୋ ଠା ଶବ୍ଦ ଏତେ

ଭୟଙ୍କର..।

ପ୍ରତିଦିନ ଗରିବଙ୍କ ବସ୍ତା ବସ୍ତା ଟଂକା ଜଳାହୁଏ ସୁରା ସାଖୀ ମାତାଲରେ

ପଞ୍ଚ ତାରକା ହୋଟେଲର ନିଭୃତ କୋଣରେ

ଯଦି ଗରିବ ଶିଶୁର ଦରୋଟି ହସ

ସରଳ ଖୁସି ଟିକେ କିଣା ହୋଇପାରେ ସାମାନ୍ୟ କିଛି ପଇସାରେ...

କଣ ଅଶୁଦ୍ଧି ହେଇଗଲା ଯେ..।

କଣ ଅଶୁଦ୍ଧି ହେଇଗଲା ଯେ

ପୋଡିଯିବାର ଭୟ ଦେଖାଉଛ

କାଚ ଘରେ କଂସେଇର କାଞ୍ଜିଆଶାଳ

ପଶୁ ପରି ରଖି କହୁଛ କଣ

ପୋଡିଯିବ ପୋଡିଯିବ??

ଆଉ ତୁମ ନ୍ୟୁକ୍ଲିୟର ବମ୍ ,ଭୁତାଣୁ ବମ୍

କିଛି ପୋଡିବନି କିଛି ଜାଳିବନି

ଭରିଦବ ସବୁସୁଖ ସବୁ ଖୁସି ଆମରି କପାଳେ

କି ଉତ୍ତର ଦେବି ଯେ ତୁମକୁ??

ପ୍ରତାପ ନାୟକ


Rate this content
Log in