କି ଲାଭ?
କି ଲାଭ?
1 min
381
ଧର୍ମଗ୍ରନ୍ଥ ଘୋଷି ଘୋଷି
ମାନକୁ ଦେହକୁ
ହଜାରେ ନୀତିବାଣୀରେ ଜାକିଜୁକି ଭର୍ତ୍ତିକରି
ଧର୍ମ ଓ କର୍ମ ବାବଦରେ
ବଡ଼ ବଡ଼ ପ୍ରବଚନ ମାରି
ବଡ଼କୁହା ହୋଇ
ଲୋକଙ୍କୁ ଉପଦେଶ ଦେଇ
ସକାଳୁ ଉଠି
କପାଳେ ସିନ୍ଦୁର
ଆଉ ଦେହସାରା ଚନ୍ଦନ ବୋଳିହୋଇ
ରଙ୍ଗିଲା ଧୋତି
ଆଉ ମୁଣ୍ଡରେ ପଗଡ଼ି ବାନ୍ଧି
ସ୍ୱାର୍ଥପର ହୋଇଥିଲେ
ନୀଚମନା ହୋଇଥିଲେ
କାମୁକ ଵି ହୋଇଥିଲେ
ପଶୁ ଭାବନା ମନରେ ଥିଲେ
ଅଵିଵେକୀ ପୁଣି ହୋଇଥିଲେ
ମମତାର ମୂଳ ନ ବୁଝିଲେ
ପାନ ଚୋବାଇ
ଭାଷଣ ମାରିଲେ
କି ଲାଭ?
