STORYMIRROR

Ajay kumar Behera

Others

3  

Ajay kumar Behera

Others

କି ଲାଭ ହେବ

କି ଲାଭ ହେବ

1 min
294


ମୋର ମୋର କହି

   ଚାଲିଛୁ ତୁହି

ପଛ ଆଡେ ଦେଖ

    ନଥିବେ କେହି।୧।


ଦୁଃଖ କଷ୍ଟ ସହି

    ସଞ୍ଚିଛୁ ଯେତେ

ଭାବିଛୁ କି ତୁ

    ସେବିବେ ତୋତେ।୨।


ପୁଅ ଝିଅ ନୁହଁ

    କେହି କାହାର

ନିତି ଦେଉଥିଲେ

     ହେବେ ନିଜର।୩।


ଟିକେ ଉଣା ହେଲେ

     ପଡ଼ିଲା ଗଣ୍ଠି

ଅବେଳରେ ଆସି

     ଚିପିବେ ତଣ୍ଟି।୪।


ସଞ୍ଚିଛୁ ଯାହା ତୁ

     ସନ୍ତାନ ପାଇଁ

ମରି ଗଲେ ତୋତେ

     ଛୁଇଁବେ ନାହିଁ।୫।


କଳି କାଳ ପରା

     ଅଟେ ଅପାର

ସ୍ୱାର୍ଥ ପାଇଁ ନିଜ

     ହୋଇବେ ପର।୬।


ଅନ୍ୟ କଥା କହି

     କି ଲାଭ ହେବ

ବିପଦରେ କେହି

      ଦେଖା ନ ଦେବ।୭।


ସ୍ୱାର୍ଥର ବନ୍ଧୁ ତ

      ସଭିଏଁ ଭାଇ

ସ୍ୱାର୍ଥ ପୁରିଗଲେ

       ନ ଥିବେ କେହି।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍