Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

କି କରିବ ଏ ଅଧମ

କି କରିବ ଏ ଅଧମ

1 min
5.8K


କି କରିବ ଏ ଅଧମ

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

---------- -------------------- ----------

• ସଂସାରେ ନଥିବେ କେହି ମୋ ପରି ନିରେଖ ଜନ

• ନଜାଣ କି ଶୂନ୍ୟ ଦେହି ହେ ଅଲେଖ ନିରଞ୍ଜନ

• ଏ ପଞ୍ଚଭୂତ ଶରୀରେ ତୁମେ ତ ପ୍ରାଣ ପବନ

• ଆବୋରି ବସିଛ ସିନା ତୁମେ ଏ ତିନି ଭୂବନ

• ଜାଣି ଅଜଣା ହୋଇଲେ କି କରିବ ଏ ଅଧମ ।।

• ତୁମ ନାମେ ଉଡେ ବିଶ୍ଵେ ବାନା ପତିତପାବନ

• ଯାହାର ଆସନ ପକ୍ଷୀବର ବିନତା ନନ୍ଦନ

• ଜଗତେ ବିଦିତ ତୁମ ବଡ଼ ସାଆନ୍ତିଆ ପଣ

• ତୁମ ସୁକ୍ଷ୍ମ ସରଜନା ପରା ଅକ୍ଷୀଳ ଭୂବନ

• ଜାଣି ଅଜଣା ହୋଇଲେ କି କରିବ ଏ ଅଧମ ।।

• ଅନନ୍ତ ମଙ୍ଗଳମୟ କୋଟି ଜଗତ ଜୀବନ

• ଦୁଃଖୀ ର ସଙ୍ଗାତ ତୁମେ ପଦ୍ମାଳୟା ପ୍ରାଣଧନ

• ଆରତୀ ଆରତ ହର୍ତ୍ତା ଅଟ ତୁମେ ଆର୍ତ୍ତତ୍ରାଣ

• ତେଣୁ ଗୋବିନ୍ଦବିନ୍ଦ ରଖିଗଲେ ତୁମ ନାମ

• ଜାଣି ଅଜଣା ହୋଇଲେ କି କରିବ ଏ ଅଧମ ।।

• ପ୍ରାଣ ପକ୍ଷୀ ଯିବଉଡି କାଳ ଦେଲାଣି ସମନ

• ଜୀବନ ର ଶେଷ ଦୃଶ୍ୟ କରିବି ତୁମ ଦର୍ଶନ

• ମାଗିବି, ଦେଖିବି ପାପ ମୁକ୍ତି ସୁନ୍ଦର ଭୂବନ

• ସୁଖ, ଶାନ୍ତି,ସ୍ନେହ,ପ୍ରେମ ଯହିଁ ଥିବ ବିଦ୍ୟମାନ

• ଜାଣି ଅଜଣା ହୋଇଲେ କି କରିବ ଏ ଅଧମ ।।

• ନାମ ଚରିତାର୍ଥ ପାଇଁ ହେ ଈଶ୍ଵର ପରଂବ୍ରହ୍ମ

• ଦାରୁ ଭୁତ ରୂପ ତେଜ୍ୟା କର କର ଭଗବାନ

• ଅବ୍ୟକ୍ତ,ଅରୂପ, ଶୂନ୍ୟ ଦେହି ସତ୍ୟ ସନାତନ

• ପ୍ରଫୁଲ୍ଲ ଆତୁରେ ଡାକଇ ଶୁଣ ମୋ କଦନ

• ଜାଣି ଅଜଣା ହୋଇଲେ କି କରିବ ଏ ଅଧମ ।।

+++ + +++











Rate this content
Log in