STORYMIRROR

Kulamani Sarangi

Others

3  

Kulamani Sarangi

Others

କି ହେଲା ମୋ ଅପରାଧ

କି ହେଲା ମୋ ଅପରାଧ

1 min
11.8K


କେଉଁ ଅପରାଧେ ବଡ଼ଦାଣ୍ଡ ମୋତେ

ମନାକଲ ସେ ସାଆନ୍ତ,

ପଣ୍ଡା ହାତେ ପଛେ ବେତ ମାରିଥାନ୍ତ

କଲି ଯେବେ ଅପରାଧ।


ଘରେ ଶଙ୍ଖ ଘଣ୍ଟା ଯେତେ ବା ବାଜଇ

କାନ ନ ଲୋଡଇ ତାହା,

ବଡ଼ଦେଉଳର ଆରତି ଘଣ୍ଟାକୁ

ତରସେ ହେ ଚଉବାହା।


ପଚାଶ ବ୍ୟଞ୍ଜନ ହେବକି ସମାନ

ଛାମୁଙ୍କ ମାହାର୍ଦ୍ଦ ପରି,  

ଛଡ଼ା ତୁଳସୀ ରୁ କାଣିଚାଏ ପଡ଼ି

ମହକାଏ ସାରା ପୁରୀ।


ବାଡିଆ ଡାଲେମା, ବେସର ସାଙ୍ଗକୁ

ଦି'ମୁଠା ମାହାର୍ଦ୍ଦ ଲୋଡା,

ଖାଇବାକୁ ପେଟ କାଇଁ ହେ ସାଆନ୍ତେ

ସେ ତ ଆଶୀର୍ବାଦ ପୁଡା।


ଆନନ୍ଦ ବଜାରେ ବୁଲିଗଲେ ଥରେ

ମିଳେ ସ୍ବର୍ଗ ବୁଲା ମଜା,

ବସିଗଲେ ତୁମ ବେଢାରେ ସଂସାର

ଦୁଃଖ ଭୁଲିଯାଏ ପ୍ରଜା।


ଯାତରା ବେଳର ହୂଳହୂଳି ଟିକେ

ଶୁଣି ଥାନ୍ତି ହରିବୋଲ,

ତୁମ ବଡ଼ ଦାଣ୍ଡ ନିର୍ମାଲ୍ୟରୁ ମୁଠେ

କିଣି ଫେରିଥାନ୍ତି ଘର।


ନୀଳାଚଳ ନେତ ଦେଖି ହେ ସାଆନ୍ତ

ନେତ୍ର ହୁଅନ୍ତା ପବିତ୍ର,

ଶଙ୍ଖ,ଚକ୍ର,ଗଦା,ପଦ୍ମ ଦେଖି କଳି

ପାପରୁ ହୁଅନ୍ତି ମୁକ୍ତ।


ଭାରତ ଯୁଦ୍ଧରେ ଅର୍ଜୁନ ଆଗରେ

ଦେଖାଇ ବିଶ୍ବ ମୂରତି,

କହିଥିଲ ପରା ତୁମ୍ଭେ ମହାକାଳ

ନିଜେ ହେ ଜଗତ ପତି।


ଏ ଦୁର୍ଦ୍ଦିନ ଚାଲି ଯିବ ତା ବାଟରେ

ତୁମ୍ଭେ ଦେଲେ ଦରଶନ,

କିଏସେ ଡରିଛି ମୃତ୍ୟୂ ଯେ ପାଇଛି

ତୁମ୍ଭର ଦିବ୍ୟ ଦର୍ଶନ।


ସେ ଦିବ୍ୟ ଦର୍ଶନ ଦିଅ ଜନାର୍ଦ୍ଦନ

ମାନରଖ ଆଦିମୂଳ,

ନନ୍ଦିଘୋଷ ରଥ ଚକ ତଳେ ଧ୍ବଂସ

ହେଉ "କରୋନା"ର କାଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍