STORYMIRROR

Satyabati Swain

Others

3  

Satyabati Swain

Others

କି ଏ ଜୀବନ !

କି ଏ ଜୀବନ !

1 min
355

ଶୀତୁଆ ସକାଳ ନିଦୁଆ ଆଖିରେ

କୁହୁଡି ଘେରା ଏ ଜୀବନ

କୋବି କିଆରୀର କାକର ବିନ୍ଦୁରେ

ମିଠା ମିଠା କିଛି ସ୍ୱପ୍ନ।


ଚୋରା ଚଇତାଳି କୋଇଲିର କୁହୁ

ଆମ୍ବ ବଉଳର ବାସ୍ନା

ଫଗୁଣର ରଙ୍ଗ ମନ ତଳେ ମାଖେ

ପୁନିଅଁ ଜହ୍ନ ଜୋଛନା।


ପହିଲି ବରଷା ମାଟିର ଗନ୍ଧରେ

ଭିଜିଯାଏ ଯେବେ ମନ

ହୃଦ ତଳ କୋହ ଆଖି ତଳ ଲୁହ

ଦିଏଟି କେତେ କଷଣ।


ଆସେ ଛଅ ଋତୁ ଯାଏ ଛଅ ଋତୁ

ହସାଇ କେବେ ଭସାଇ

କିଛି ବୁଝି ହୁଏ କିଛିଟା ଅବୁଝା

କି ଏ ଜୀବନ ସହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍