STORYMIRROR

Gupteshwar Nanda

Others

2  

Gupteshwar Nanda

Others

କି ବୁଝି ପାରିବି ମୁହିଁ ?

କି ବୁଝି ପାରିବି ମୁହିଁ ?

1 min
13.7K



ତୁମ୍ଭ ଆଦେଶରୁ ଏ ସାରା ସଂସାର

ହୋଇଅଛି ଯେ ସମ୍ପୂର୍ଣ୍ଣ

ବିଶ୍ବ ବ୍ରହ୍ମାଣ୍ଡର ଠାକୁର ଶ୍ରୀକ୍ଷେତ୍ରେ

କାହିଁହେଲ ଅସମ୍ପୂର୍ଣ୍ଣ ?

ବିଶ୍ବ ନିୟନ୍ତା ହେ ବିଶ୍ୱ ନିୟନ୍ତ୍ରଣ

ହୁଏ ତୁମରି ଅଜ୍ଞାରେ

ଯଶୋଦା ମା'ଙ୍କ ହାତେ ଛାଟ ଦେଖି

ଥରୁଥିଲ କାତରରେ।

ଷାଠିଏ ପଉଠି ନିତି ରନ୍ଧା ହୁଏ

ତୁମରି ବଡ ଦେଉଳେ

ଶବରୀ ଅଇଁଠା ଖିଆ ନାମ ଟାକୁ

କିଆଁ ବିଶ୍ୱ ଏଠି ବୋଲେ ?

ଗୀତାରେ କହିଲ ଦୁଃଖ କଷ୍ଟ ଠାରୁ

ଉର୍ଦ୍ଧ୍ୱେ ଅଛି ସବୁ ଆତ୍ମା

ତଥାପି ସୁଦାମା ଦ୍ୱିଜ ଦୁଃଖ ଦେଖି

କାନ୍ଦୁଥିଲ ପରମାତ୍ମା ।

ଅଗୋଚର ତୁମ୍ଭେ ବ୍ରହ୍ମା ଚେତନାରେ

କି ବୁଝି ପାରିବି ମୁହିଁ ?

ଥରୁଟିଏ ଆସି ଦରଶନ ଦେଇ

ବୁଝାଇ ଦିଅ ହେ ସାଇଁ ।


-ଗୁପ୍ତେଶ୍ଵର ନନ୍ଦ


ଶଙ୍କରା, ବିନିକା, ସୁବର୍ଣ୍ଣପୁର


Rate this content
Log in