କି ଅଭିଳାଷ
କି ଅଭିଳାଷ
1 min
149
ସମୟ ଗଡ଼ିଲା, ସୁରୁଜ ଉଇଁଲା
ହେଲା ନୂଆ ଆବିର୍ଭାବ
ମୁରୁକି ହସରେ ଲୁଚିଥିଲା କିଛି
ଇଏ କି ନୂଆ ସ୍ୱଭାବ l
ପୁଲକିତ ଏଇ ହସର ଲହରୀ
ଆନନ୍ଦିତ ପୁଣି ମନ
ଜାଣି ମୁଁ ପାରୁନି ଏ କି ଅଭିଳାଷ
ଦିନରେ ଦେଖୁଛି ସ୍ବପ୍ନ l
ଏକା ଏକା ଲାଗେ ଭିଡର ଭିତରେ
ଖୋଜେ କାହାକୁ ହୃଦୟ
ଜାଣି ମୁଁ ପାରୁନି କଣ ହେଉଅଛି
ଲାଗେ ପୁଣି କିଛି ଭୟ l
ଇଏ କି ସେଇ ପ୍ରେମ ଅନୁଭବ
ଲାଗେ ସବୁ ମିଠା ମିଠା
ଲାଗୁ ନାହିଁ ଆଉ ମୋହରୀ ଜୀବନ
ଜଳୁଛି ନୂଆ ସଳିତା l
