ଖୁସିର ଲହରୀ ଢାଳିବୁ
ଖୁସିର ଲହରୀ ଢାଳିବୁ
ଧନରେ ମୋ କଥା ରଖିବୁ
ୱାର୍ଲଡ଼ କପ ମୋ ପାଇଁ ଆଣିଦେଇ
ମୋ ମନରେ ଖୁସିକୁ ଭରିବୁ
କେତେଦିନ ଆଉ ବଞ୍ଚିବି
ଆଜି ନ ହେଲେ କାଲି ମରିବି
ମନରେ ମୁଁ କେତେ ଆଶା ରଖିଅଛି
ୱାର୍ଲଡ଼ କପକୁ ଦେଖିବି
ଭାରତ ମୋହର ଜିତିବ
ଖୁସିର ଲହରୀ ଉଠିବ
ଭାରତ ମାଆର ଜୟଗାନ ଶୁଣି
ମୋ ମନଟା ଶାନ୍ତି ପାଇବ
ଆଶୀର୍ବାଦ ଦେ ମାଆ ଲୋ
ଆଶୀର୍ବାଦ ବଳେ ହେବ ଲୋ
ୱାର୍ଲଡ଼ କପ ଆଣିଦେବି ଲୋ
ତୋ ମନରେ ଯଦି ଶାନ୍ତି ଦେଇପାରେ
ମୋ ଜୀବନ ଧନ୍ୟ ହେବଲୋ
ୱାର୍ଲଡ଼ କପକୁ ଆଣିବୁ
ସାରା ବିଶ୍ୱକୁ ଜିଣିବୁ
ଭାରତ ମାଆକୁ ଅର୍ପଣ କରି
ଖୁସିର ଲହରୀ ଢାଳିବୁ
