STORYMIRROR

Sudhanjali Mishra

Others

3  

Sudhanjali Mishra

Others

ଖୁସିଭରା ମୋ ଜୀବନ

ଖୁସିଭରା ମୋ ଜୀବନ

1 min
338

ଖୁସି ଭରା ମୋ ଜୀବନ

ଉଆଁସୀ କନ୍ୟା ମୁଁ

ଘନଘୋର ଅନ୍ଧକାରେ

ଉଆଁସ ରାତିରେ ମୋ ଜନ୍ମ

ଭଲପାଏ ଅନ୍ଧାରକୁ

ଆଲୋକ ମୋ ସ୍ବପ୍ନ

ତଥାପି,କ୍ଷୀଣାଲୋକ

ଅନ୍ବେଷଣରେ

ବିତେ ମୋ ଜୀବନ ...

ଉଆଁସ କନ୍ୟା ମୁଁ ଉଆଁସ ରାତିରେ ଜନ୍ମ ...।

ଆଜନ୍ମ ଲାଞ୍ଛିତା ମୁଁ

ଅବିଚାରେ ପୀଡିତା

ସମାଜ ଆଖିରେ ସତେ ସାଜିଯାଏ

ବଡ଼ ପାପୀଟାଏ ...

ଅନ୍ଧବିଶ୍ବାସର ଶିକାର ହୁଏ ..

ଅହରହ ଜଳୁଥାଏ ..

ଅନ୍ୟକୁ ଆଲୋକ

ଦେଖାଇବା ପାଇଁ

ସାଜି ମୁଁ ଯେ ସଳିତା

ଆଜନ୍ମ ଲାଞ୍ଛିତା ମୁଁ ଅବିଚାରେ ପୀଡିତା ....।

ସାବିତ୍ରୀ ଅମାବାସ୍ୟା

ମୋ ଜନମ ଦିନ

ନେଇ ଆସିଛି ସାବିତ୍ରୀ ପରି

ମୋ ସାଥେ ମୋ ପତି ଜୀବନ

ତାଙ୍କ ଜୀବନରେ ମୁଁ ଯେ

ପୂର୍ଣ୍ଣିମା ଇନ୍ଦୁ ....

ଅନ୍ଧବିଶ୍ବାସ ହଟାଇ ମୋତେ

କଲେ ଜୀବନ ବନ୍ଧୁ ...

ଆଜି ମୁଁ ଯେ ସୁହାଗିନୀ

ଦୁଇ ସନ୍ତାନ ଜନନୀ

ଖୁସିରେ ବିତେ ମୋ ଦିନ

ସୁଖୀ ପରିବାର ଜୀବନ

ସାବିତ୍ରୀ ଅମାବାସ୍ୟା ମୋ ଜନମ ଦିନ ...।

                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍