STORYMIRROR

Prabhati Debnath

Others

3  

Prabhati Debnath

Others

ଖୁସି

ଖୁସି

1 min
159

ଛୋଟ ବାଳିକାଟି ଧୀରେ ଧୀରେ ଯେବେ

ନଈ ବଢ଼ି ପରି ବଢ଼େ ,

କିଶୋରୀ ବୟସେ ଢେଉ ସୃଷ୍ଟି କରି

ଲଙ୍ଘୁଥାଏ କୁଳ ଆଡ଼େ ।।

ଶରୀରରେ ତାର ରୂପ ରଙ୍ଗ ବାସ

ଉତ୍ସାହିତ କରେ ମନ ,

ଅଙ୍ଗ ବୃଦ୍ଧି ପାଏ ସ୍ବଭାବ ବଦଳେ

ହୁଅଇ ସେ ଛନ୍ନ ଛନ୍ନ ।।

ଖୁସିର ଲହରୀ ଖେଳାଇ ଯେବେ ସେ

ଋତୁମତୀ ହୋଇ ଝରେ ,

ନିଜର ସୁରକ୍ଷା ନିଜେ କରିଥାଏ

ଯଦି କିଛି ଜ୍ଞାନ ଭରେ ।।



Rate this content
Log in