STORYMIRROR

Biswanath Nayak

Others

3  

Biswanath Nayak

Others

ଖୁସି ଲାଗେ

ଖୁସି ଲାଗେ

1 min
186


ଖୁସି ଲାଗେ ଯେବେ

ନଭେ ନବରବି ପ୍ରକାଶେ ସ୍ଵର୍ଣ୍ଣିମ ଆଭା। 

ନବ କଳିକାର-

ରଙ୍ଗିମା ଅଧରେ ସତେକି ରକ୍ତିମ ପ୍ରଭା। 


ଶିଶୁର ଓଠରେ

ଦରୋଟି ହସଟି ଦେଖି ଭାରି ଖୁସି ଲାଗେ। 

କୁଳୁକୁଳୁ ନାଦେ

ଝରଣାଟିଏ କି ବହଇ ଦିଗ ବିଦିଗେ। 


ଖୁସି ଲାଗେ ଯେବେ

ନବ ଯୌବନରେ ପହିଲି ବସନ୍ତ ଛୁଏଁ। 

ମନ ଉପବନେ

କୁହୁକୁହୁ ତାନେ କୋଇଲି କି ସତେ ଗାଏ !


ଖୁସି ଲାଗେ ଯେବେ

ଗୃହେ ନବବଧୂ ଲାଜେଇ ଓଢ଼ଣା ଟାଣେ। 

ବାଦଲ ଉହାଡେ

ପୂର୍ଣ୍ଣଚନ୍ଦ୍ର ଅବା ଲୁଚିଯାଏ ଦିଶି କ୍ଷଣେ। 


ଖୁସି ଲାଗେ ଯେବେ

ଦୂର ଦେବାଳୟେ ଶୁଭଇ କମ୍ବୁ ଶବଦ।  

ଭାବେ ଉନ୍ମାଦିତ

ଭକତର କଣ୍ଠେ ସତେକି ଓଁକାର ନାଦ।


ଭାରି ଖୁସି ଲାଗେ 

ମାଆର ପରଶେ କ୍ଳାନ୍ତି ହୋଇଗଲେ ଦୂର। 

ଭକତି ପରଶେ

ସତେ ଅବା ଦୂର ସଂସାର ବେଦନା ଭାର। 



Rate this content
Log in