କହୁଛି ଆଜି ମୁଁ
କହୁଛି ଆଜି ମୁଁ
ମାଆ କହିଛନ୍ତି
ପଢିବାକୁ ଏଇ ପାଠଟା
ପଢା ସରୁନାହିଁ
ବାଜିଲାଣି ଆସି ଆଠଟା ।।
କହିଛନ୍ତି ପୁଣି
ପଢା ସାରି ଦେଇ ଲେଖିବୁ
ସରିଗଲେ ଲେଖା
ଆଉ ଥରେ ବସି ଦେଖିବୁ ।।
ବେଳ ତ ହେଲାଣି
ହେଲେ ପାଠ ପଢା ସରୁନି
ବହି ଖାତା ପାଶେ
ମନ ମୋର ଆଉ ଧରୁନି ।।
ଯାହା ବି ପଢୁଛି
ରହୁନାହିଁ କିଛି ମନରେ
ପଚାରିବେ ସିଏ
କି ପାଠ ପଢିଲୁ ଧନରେ ।।
ପାରୁନାହିଁ ଜାଣି
ଉତ୍ତର ଦେବି ମୁଁ କେମିତି
ଜାଣୁଛି ମୁଁ ଏବେ
ମୋବାଇଲ ନିଶା ଏମିତି ।।
ଏଣିକି ସେଆଡୁ
ମନ ମୁଁ ଫେରାଇ ଆଣିବି
ପାଠେ ଲୟ ରଖି
ନୂଆ ନୂଆ କଥା ଜାଣିବି ।।
କହୁଛି ଆଜି ମୁଁ
ବହି ଖାତା ମୋର ଛୁଇଁରେ
ମୋବାଇଲ ନିଶା
ରଖିବିନି ଆଉ ମୁହିଁରେ ।।