STORYMIRROR

Satyabati Swain

Others

3  

Satyabati Swain

Others

ଖୁବ ମିଠା

ଖୁବ ମିଠା

1 min
1.0K


ଖୁବ ମିଠା

ତୁମ ସ୍ପର୍ଶ

ଚାହାଣି

ବେଶ ମନଲୋଭା

ତୁମ ଅଭିମାନ

ଇଛା ହୁଏ

ପିଇବାକୁ

ଆଞ୍ଜୁଳା ଆଞ୍ଜୁଳା।।

ଭାରି ଭଲ ଲାଗେ

ତୁମ କୃତିମ ରାଗ

ମନହୁଏ

ଗୋଟାଉଥାନ୍ତି ଏମିତି

ଡାଳା ପୁର୍ଣ ହେବାଯାଏ

ସନ୍ଧ୍ୟା ନଇଁ

ରାତିକୁ ଅପେକ୍ଷା ପର୍ଯ୍ୟନ୍ତ।।

ମଜା ଲାଗେ

ଲୁଚେଇ ଲୁଚେଇ

ଦେଖିବାକୁ

ତୁମ ସଜ ବାଜା

ତୁମ ଅଜାଣତେ

ଚିଡ଼େଇ ଚିଡ଼େଇ

ମଧୁର ଯନ୍ତ୍ରଣାରେ

କ୍ଷତାକତ

କରିବାକୁ

ତୁମ ମନ ଓ ମାନ।।

ଚମତ୍କାର ଅନୁଭବ ଆସେ

ତୁମକୁ ସମୟ ଦେଇ

ଘଣ୍ଟା ଘଣ୍ଟା

ଅପେକ୍ଷା କରେଇବାକୁ

ତୁମର ସବୁ

ଇଙ୍ଗିତ ବୁଝିବି

ଅବୁଝାର ଅଭିନୟ କରିବାକୁ।।


*ସତ୍ୟବତୀ ସ୍ବାଇଁ,ମୀନୁ,ବାଲିକୁଦା,ଜଗତସିଂହପୁର*

👌👌👌


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍