STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

କହରେ କହ୍ନେଇ

କହରେ କହ୍ନେଇ

1 min
256


କହ ରେ କହ୍ନେଇ କେଉଁ ଦୋଷ ପାଇଁ 

କରିଛୁ ତୋ ଠାରୁ ଦୂର

ଆପଣାର ହୋଇ ପର ଯେହ୍ନେ ଥାଇ

ଡାକୁନୁ ଲଗାଇ ଡୋର..


ନୁହେଁ ମୁଁ ଦାସିଆ ଅବା ମୀରା ବାଈ 

ପ୍ରେମ ରେ କରି ଅଧୀର 

ସୁଦୂର ପ୍ରାନ୍ତରେ ରହି ଘର କୋଣେ 

ଜିଣିବି ହୃଦୟ ତୋର..


ମୁଁ ନ ଦେଖିଲେ କି ହେବ କାଳିଆ 

ଦୁନିଆ ଦେଖେ ତୋ ବେଶ

ମନେ ନାହିଁ କି ରେ କଦମ୍ବ ମୂଳରେ

ଚୋରାଇ ଥିଲୁ ତୁ ବାସ..


ଗୋପ ଗୋପାଳୁଣୀ ଆକୁଳ ମିନତୀ 

ମର୍ମେ ନ ଭେଦୀଲା ତିଳେ

ଆଜି କାଇଁ ତୁହି ଲାଜ ସରମ ରେ

ଲୁଚୁ ଗଜବେଶ ତଳେ..


କେଉଁ ଲାଜେ ମୁହଁ ଢାଙ୍କି ନେଉ ତୁହି

ବଦଳାଇ ରୂପ ତୋର

କେତେ ତପୀ ଗୋପୀ ଲାଜ ତୁ ସାରିଛୁ  

ନିଲଜପଣ ଠାକୁର.. 


ସୁନା କୂଅ ସୁନା ଗରା ପାଣି ତୋର

ଅଙ୍ଗରେ ଯାଏନି ପରା

ଉତପ୍ତ ନିଦାଘ ଜ୍ୱାଳା ରେ ସ୍ନାହାନ 

ଜ୍ୱୋର ଆଣେ ଦେହ ସାରା..


ଅଣସର ଘରେ ଜଡିବୁଟି ଖାଇ

ଫେରିଆ ଶିରି ମନ୍ଦିର

ଭକତ ମେଳରେ ପୁଣି ଆଉଥରେ

ବାଣ୍ଟିଦେ ଭକ୍ତି ଭଣ୍ଡାର..


ଅଭିମାନୀ ମନେ ମାନ କରି କେତେ

କହିଦେଲି କଥା ତୋତେ

ବାତୁଳ ଆତ୍ମା ର କଥା ଧରି ବସି 

ଋଷ କରିବୁନି ମୋତେ..


ଜଗତେ ବୋଲାଉ ଭାବର ଠାକୁର 

ମୋ ଭାବ ତୋ ଠାରେ ଥାଉ

ଯେ ଭାବେ ମୁଁ ଥାଏ ଜନମେ ମରଣେ 

(ସଦା)ପ୍ରାଣ ତୁମ ନାମ ଗାଉ..


-(ଜୟ ଜଗନ୍ନାଥ)-



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍