କହରେ କାଳିଆ
କହରେ କାଳିଆ
1 min
13.5K
କସି କସାଇ ତୁ ଫଳ ଦେଉ ବୋଲି
ମନକୁ ସଦା ବୁଝାଏ,
ବାହୁଡାଇ ଦେଉ ତୋ ବଡ ଦାଣ୍ଡରୁ
ଏକଥା ବି ଶୁଣିଥାଏ।
କେତେ ଭକ୍ତ ଜନ ଗୁହାରି ଶୁଣିତୁ
ଲାଘବ କରୁ ତୁ ଦୁଃଖ,
ମୋ ବେଳକୁ ସଦା ନୀରବ ରହୁଛୁ
କିମ୍ପାଇଁ ହେ ପଦ୍ମ ମୁଖ?
ସୁଦାମା,ସୁବଳ ନୁହେଁ ସିନା ମୁହିଁ
ଶବରୀଟେ ନିଶ୍ଚେ ହେବି,
କହରେ କାଳିଆ ତୋ କୈବଲ୍ୟ ରେଣୁ
କାହିଁକି ମୁଁ ନ ପାଇବି;
ପ୍ରଣତି ମହାପାତ୍ର
