STORYMIRROR

Ansuman Swain

Others

3  

Ansuman Swain

Others

କହରେ କାଳିଆ

କହରେ କାଳିଆ

1 min
244


କହରେ କାଳିଆ କହ

    କେତେ ଦିନ ଦେବୁ ଆଉ ଏମିତି କୋହ........

ସହି ହେଉନାହିଁ ରହି ହେଉନାହିଁ

                  ଏ ମର୍ତ୍ତ୍ୟମଣ୍ଡଳେ

ନେବୁ ଯଦି ନେଇ ଯାରେ ତୁହି

               ସଭିଙ୍କୁ ଏକା ସାଥିରେ

ପାଲଟି ଯାଇଛି ଏ ସାରାସଂସାର

                ମରୁଭୂମି ତଟ ଆଜି

ଯେତେ ବର୍ଷା ହେଲେ ଶୀତଳ ଲାଗୁନି

          ଜଳୁଛି ମଶାଣି ନୀତି 

  ଯୁଆଡେ ଚାହିଁଲେ ଦିଶେ ଶବ ଆଉ ଶବ

କହରେ କାଳିଆ କହ

      କେତେ ଦିନ ଯନ୍ତ୍ରଣା ଆଉ ସହିବ ଦେହ.........

ଉଡାଉ ଅଛୁ ତୁ ପତିତପାବନ

            ପତିତ ଉଦ୍ଧାର ପାଇଁ 

ତୋ ପତିତ ଆଜି ବାହୁନି କାନ୍ଦୁଛି

              କେମିତି ସହୁଛୁ ତୁହି

ସବୁ ତୁ ଦେଖୁଛୁ, ସବୁ ତୁ ଶୁଣୁଛୁ

           ତୁହି ତ ସୃଷ୍ଟିର କର୍ତ୍ତା

କେଉଁ ଦୋଷେ ଆଜି ଏ ସାରା ବିଶ୍ୱ

             ହରାଉଛି ତାର ସତ୍ତା

ପ୍ରତି ମୁହୂର୍ତ୍ତରେ ଏଠି ଲାଗୁଛି ତ ଭୟ

କହରେ କାଳିଆ କହ

       କେତେ ଦିନ ଦେଉଥିବୁ ତୁ ଏମିତି ଦୁଃଖ .......

ସଭିଙ୍କର ଇଚ୍ଛା ପୂରଣ କରିଦେ

        ଖୋଲିଦେ ତୁହି ମୁଖରୁ ତୁଣ୍ଡି

ସଭିଙ୍କ ମୁଖରେ ହସ ଫୁଟାଇ ତୁ

      ଅଭଡ଼ା ପ୍ରସାଦ ଦେଏ ତୁ ବାଣ୍ଟି

ଏତିକି ମାଗୁଣି ମୋର ଆହେ ଜଗଦୀଶ

     ନ ଦେଖୁ ନୟନ ଆଉ ଅକାଳେ ବିୟୋଗ

           କେତେ ଦିନ ଦେଉଥିବୁ ତୁ ଏମିତି ଦୁଃଖ .......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍