STORYMIRROR

Asutosh Patro

Others

3  

Asutosh Patro

Others

ଖରାର କର୍ଫ୍ୟୁ

ଖରାର କର୍ଫ୍ୟୁ

1 min
26.4K


ଖରାର କର୍ଫ୍ୟୁ

 

ମେଘର ପୃଷ୍ଠାସବୁ
ଅଲଗା ହୋଇଯାଇଥିଲେ କେବେଠାରୁ
ଆକାଶ ବହିରୁ
ଏବେ କିଏ କେଉଁଆଡେ
ଉଡିଗଲେଣି ଠିକଣା ହଜେଇ
ଅପସରିଗଲେଣି
ଶୀତ ବସନ୍ତ
ଅଭିନୟ ସାରି
ନିଜ ନିଜ ଚରିତ୍ରର
ଯବନିକାପାତ ପରେ
ଏବେ ଅବ୍ଦ ଗଣାହେଉଚି
ରୌଦ୍ର ରାଜତ୍ୱର ।।

ବାରମ୍ବାର ଧର୍ଷିତା ପୃଥିବୀ
ଲୁହ ବି ପାରୁନି ଝରାଇ
ଲୁଚାଇ ପାରୁନି ବି ମୁହଁ
ସବୁଜ ପଣତ ଯେ
ପୋଡି ପାଉଁଶ ହୋଇଗଲାଣି
ପୁଙ୍ଗୁଳା ଦେହ ତାର
ଜଳୁଚି ଜଳାଉଛି
ପ୍ରତିଶୋଧ ନେଉଛି ଧର୍ଷଣର
ନିସ୍ତାର ନାହିଁ
ଜହ୍ନ ଉଇଁଲା ପରେ ବି ।।

ଆକାଶୁ ବର୍ଷୁଚି ଚାବୁକ ମାଡ଼
ସାଂଜୁ ହରାଇଦେଇଥିବା
ପ୍ରକୃତି ଉପରେ
ତତଲା ଗୁଳି ସାଇଁ ସାଇଁ
ମୁଣ୍ଡ ମଗଜ ଝାଇଁ ଝାଇଁ
କାନ ମୁଣ୍ଡ ତାବଦା
ସୂର୍ଯରଶ୍ମିର ଡ୍ରୋନ ହମଲାରେ
ଉଦଣ୍ଡ ସମୟ କରୁଛି ତାଣ୍ଡବ
ତତଲା ତେଲରେ ଛାଣିହୋଇଯାଇଥିବା
ଶରୀରର ରଂଗମଞ୍ଚ ଉପରେ
ମଲାଘାସ ଭିତରେ
ମୁହଁ ଲୁଚାଇଛି ଶୀତଳ ପବନ
ଅପରାହ୍ନର ତତଲା ପଞ୍ଝା ଡରରେ
ଆୟୁଷ କି ହଜିଯିବ
ମରୁଡି କୋଳରେ ।।

ସାବଧାନ...
ଜାରି ହୋଇଛି ଫର୍ମାନ ସୂର୍ଯ୍ୟର
ବାହାରକୁ ଗଲେ ଗିରଫ ହେବ
ଅଂଶୁଘାତ ହାତରେ
ଏବେ ଚାଲିଛି ଚାରିଆଡେ
ଖରାର କର୍ଫ୍ୟୁ
ଖରାର କର୍ଫ୍ୟୁ ।।


Rate this content
Log in