Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidulata Sahoo

Children Stories Inspirational

3  

Bidulata Sahoo

Children Stories Inspirational

ଖରା

ଖରା

1 min
247


ଆସିଲାଣି ଖରାମାଡି,

ପିଇବାକୁ ଟୋପେ ପାଣି ମିଳୁନାହିଁ ଲୋକେ ଛାଡୁଛନ୍ତି ରଡି |

ଶୁନ୍ ଶାନ୍ ଦିପହର,

ବାହାରକୁଆଉ ବାହାରି ହେଉନି ସଭିଏଁ ଖୋଜନ୍ତି ଘର |

ପଖାଳ ଦେଖାଏ ଭାଉ,

ଗରମ ଭାତକୁ ଦେଖିଦେଲେ ଲୋକେ କହୁଛନ୍ତି ଥାଉ ଥାଉ |

ପଙ୍ଖା,କୁଲର ଓ ଏ.ସି,

ସବୁ ଜିନିଷକୁ ଆଡେଇ ବଜାର ଭିତରେ ପଶନ୍ତି ଧସି |

ପଇଡ,ଦହି ଓ ଲେମ୍ବୁ,

ପତିଆରା ଏବେ ବଢ଼ିଛି ତାଙ୍କର ସମସ୍ତେ କହନ୍ତି ନେବୁ |

ଘିମିରି ଓ ଶିତୁଳିଆ,

ପିଲାଙ୍କ ହାଲ୍ କୁ ବେହାଲ୍ କଲେଣି ଚନ୍ଦନ ବୋଳୁଛି ମାଆ |

ଚମ୍ପା,ବଉଳ ଓମଲ୍ଲି,

ଖରାକୁ ନକରି ଖାତର ଟିକିଏ ହସୁଛନ୍ତି ଖିଲିଖିଲି |

ତାଳ,ତରଭୁଜ,ଆମ୍ବ,

ହାଉଜାଉ ତାଙ୍କ ବେପାର ଚାଲିଛି କାହାକୁ କିଏସେ ନେବ |

ସୁତା ଲୁଗା ଭାଉ ଭାରି,

ପାଟ,ମଠା ଯେତେ ପେଡିର ଭିତରେ ପଡିଛନ୍ତି ମୁଁହ ମାଡି |

ଗଛ ଛାଇ ଲାଗେ ଭଲ,

ଗଛ ନାହିଁ ଛାଇ କୁଆଡୁ ଆସିବ ଲୋକେ ହେଲେ କଲବଲ |

ରୋଷେଇଟା ଭାରି ଭିଡ,

ଚୁଲିମୁଣ୍ଡେଟିକେ ବସିଗଲେ ଦେହୁ ଗମ୍ ଗମ୍ ବହେଝାଳ |

ନହୁଅନ୍ତା ଯଦିଖରା,

ବର୍ଷା ହୁଅନ୍ତାନି ଖାଦ୍ୟ ମିଳନ୍ତାନି ଉଜୁଡି ଯାଆନ୍ତା ଧରା |

ଗ୍ରୀଷମ ବିଷମ ନୁହେଁ,

ପାଣି ଟାଣି ନେଇ ବରଷାକୁ ପରା ଆମନ୍ତ୍ରଣ କରେ ସିଏ |


Rate this content
Log in