ଖରା ଦିନିଆଁ ମେଘ
ଖରା ଦିନିଆଁ ମେଘ
ବରଷା ରାଣୀ ଭାରି ସିଆଣି
ରିମିଝିମ ହୋଇ ଆସେ
ପ୍ରଖର ସୁରୁଜ ଉତ୍ତାପ ଡରି
ଅନ୍ଧାର ଦଶ ଦିଶେ l
ତେଲିଙ୍ଗି ବାଇଦସାଥିରେ ଆଣେ
ଘଡ଼ଘଡ଼ିଆ ବାଣ
ଆଲୋକ ମାଳାରେ ସଜାଇଦିଏ
ପୃଥିବୀ ବାସୀ ଜାଣ l
ମୟୁର ମୟୁରୀ ଆନନ୍ଦ ମନେ
ନାଚନ୍ତି ମେଲାଇ ପୁଚ୍ଛ
ଚାତକ ଚଢେଇ ମନ ଖୁସିରେ
ଗାଆନ୍ତି କେତେ ସଂଗୀତ l
ଗଛ ଲତା ଙ୍କ ମନଟି ଖୁସି
ଆସନ୍ତି କି ଆମ ମାଆ
ବେଙ୍ଗ ବେଙ୍ଗୁଲି ଡାକ ଦିଅନ୍ତି
ଇଶ୍ଵର ତୁମେ ସାହା l
କଳା ହାଣ୍ଡିଆ ଶାଢ଼ୀ ସାଥୀକୁ
ବିଜୁଳି ଜରି ଧଡ଼ି
କୁଆପଥର ଦିଶି ଯାଉଛି
ସତେ କି ଫୁଲ କଢ଼ି l
ବରଷା ଅନ୍ତେ ଇନ୍ଦ୍ରଧନୁ ଟି
ସାତ ରଙ୍ଗରେ ଶୋଭା
କାଗଜ ଡ଼ଙ୍ଗା ଭଷlନ୍ତି ପିଲେ
ଆହା କି ମନଲୋଭା l
ଅନବଦ୍ୟ ଏ ଇଶ୍ଵର ସୃଷ୍ଟି
ଭାବିଲେ ମନ ଅଥୟ
କେତେ ପ୍ରକାର ଜ୍ଞାନ ବିଜ୍ଞାନ
ଦେଖିଲେ ଲାଗେ ଭୟ l
ଫେରି ଆସନ୍ତା କି ସେ ପିଲାଦିନ
ବର୍ଷା ରେ ଡେ଼ଇଁ ଡେ଼ଇଁ
କାଗଜ ଡ଼ଙ୍ଗା ଭଷାଇ ଥାନ୍ତି
କର୍ଦମ ପଥେ ଯାଇ l।
