STORYMIRROR

Bikhyat Bihari Mishra

Others

3  

Bikhyat Bihari Mishra

Others

ଖୋକା ଭାଇଙ୍କ ଗୀତ ଅନୁକରଣେ

ଖୋକା ଭାଇଙ୍କ ଗୀତ ଅନୁକରଣେ

1 min
13.7K


ଖୋକାଭାଇଙ୍କ ଆଲୋ ଯେତେଥର ଘରକୁ ଗଲି ଗୀତ ଶୈଳୀ ରେ ଏଇ କବିତାଟି(ଏକା ଥିମ ଅଲଗା ଶବ୍ଦ..ଏହା ଗୀତ ନୁହେଁ କବିତା)

-----------------------------------------------

ତୁମକୁ ଚାହିଁଲି ନିରୋଳାରେ ହେଲେ

ସମ୍ଭବ କେବେ ନୋହିଲା

ସୋମ ଠାରୁ ରବି ସାତବାର ଖାଲି

ନୁଁଙ୍ଗୁରେଇ ଦିନ ଗଲା.....

ସୋମବାର ଦିନ କଥା ଦେଲ ମତେ

ସନ୍ଧ୍ୟାରେ ଆସିବା ପାଇଁ

ଆସିଥିଲି ଲୁଚି ଭୁକିଲା କୁକୁର

ଡରରେ ଗଲି ପଳାଇ.....

ମଙ୍ଗଳବାର ରେ ବାନ୍ଧିଥିଲି ଆଶା

ଦେଖା ହେବ କଲେଜ ରେ

ଦେଖିଲା ବେଳକୁ ତୁମ ସାଙ୍ଗମାନେ

ଆସିଲେ ତୁମ ସାଥିରେ.....

ବୁଧବାର ଦିନ ସିନେମା ଦେଖିବା

ଯୋଜନା କଲି ମନରେ

ପିଉସୀ ତୁମର ଘରକୁ ଆସିଲେ

ଗପିଲ ତାଙ୍କ ସାଥିରେ.....

ଗୁରୁବାର ଦିନ କେତେ କଷ୍ଟ କରି

ପଠାଇଲି ଚିଠି ଗୋଟେ

ହେଲେ ଆସିଲନି ଭାଇ ର ପରୀକ୍ଷା

ବୁଝୁଥିଲା ଅଙ୍କ କେତେ.....

ଶୁକ୍ରବାର ଦିନ କଥା ଥିଲା ଆମେ

ଖାଇବାକୁ ଦହିବରା

ଠେଲାଵାଲା ସେଠି ତୁମକୁ ଚାହିଁଲା

ଗୋଡରୁ ମୁଣ୍ଡକୁ ପରା....

ଶନିବାର ଦିନ ପଡିଶା ଝିଅ ର

ଥିଲା ବାହାଘର ଦିନ

ମାଉଁସ ଖାଇକି ଶୋଇଗଲ ଘରେ

ବୁଝିଲନି ମୋର ମନ....

ଆଉ ମାତ୍ର ବାକି ରହିଗଲା ରବି

ସେଇଦିନ ହେଲା ଜ୍ୱର

ଘୋଡେଇ ଘାଡେଇ ହୋଇ ଶୋଇଗଲ

ମାନ୍ଦା ହେଲା ପ୍ରେମ ମୋର....


Rate this content
Log in