STORYMIRROR

Bikhyat Bihari Mishra

Others

3  

Bikhyat Bihari Mishra

Others

ଖୋକା(ଅକ୍ଷୟ) ଭାଇଙ୍କ ସହ ଦିନେ:

ଖୋକା(ଅକ୍ଷୟ) ଭାଇଙ୍କ ସହ ଦିନେ:

1 min
13.3K



ତୁମବିନା ସ୍ଥାଣୁ ସଂଗୀତ ଜଗତ

ଫୁଲରେ ନାହିଁ ମହକ

ତୁମେ ଚାଲିଗଲ ଦୂରେ ବହୁଦୂରେ

ତୁଟାଇ ସବୁ ସମ୍ପର୍କ..

ଜନମ ଦିନରେ ମନେପଡ଼ ବେଶି

ସ୍ମୃତି ଫେରେ ବାରମ୍ବାର

ମନ ଥିଲା ତୁମ କେବେ ଯାଯାବର

କେବେ ସ୍ଵପ୍ନ ର ସାଗର...

ତୁମ ସବୁ ଗୀତ ବଜାଇ ଶୁଣିଲେ

ଭାବନାରେ ଯାଏ ହଜି

କେଣେ ଗଲ ତୁମେ ପ୍ରିୟ ଖୋକାଭାଇ

ପାଉନୁ ତୁମକୁ ଖୋଜି...

ଯେତେଦିନ ଯାଏ ସଂଗୀତ ରହିବ

ଲେଖାଥିବ ତୁମ ନାମ

ତୁମବିନା ଆଉ ସୁନ୍ଦରୀମାନଙ୍କ

କହିବ କିଏ ମରମ...

ଲେଖିବାକୁ ଚାହେଁ କେତେକଥା ହେଲେ

ପାରୁନାହିଁ ଲେଖି ଏବେ

ତୁମସହ ଥରେ ହୋଇଥିଲା ଦେଖା

ଦିନେ ସଂଗୀତ ଉତ୍ସବେ...


Rate this content
Log in