STORYMIRROR

Satyabati Swain

Others

3  

Satyabati Swain

Others

ଖୋଜୁଛି ଖୋଜୁଥିବି

ଖୋଜୁଛି ଖୋଜୁଥିବି

1 min
216

ସକାଳ ଖରାରେ 

ପାହାନ୍ତି ତାରାରେ

ସବୁଜ ସ୍ୟାହିରେ

ନାଲି ଗଲାପରେ

ତୋତେ ମୁଁ ଖୋଜୁଛି

ଶୀତ ସକାଳର କାକର ବିନ୍ଦୁରେ।


ଗ୍ରୀଷ୍ମମେ ଚନ୍ଦନ

ନିଝୁମ ଶ୍ରାବଣ

ଆଶ୍ଵିନେ ପାର୍ବଣ

ରଙ୍ଗରେ ଫଗୁଣ

ତୋତେ ମୁଁ ଖୋଜୁଛି

ଝରା ଶେଫାଳିର ବାସନା ଭିତରେ।


ସୁନେଲି ସପନେ

ନିଘଞ୍ଚ ଅରଣ୍ୟେ

ନିଃସଙ୍ଗ ରାତିର

ନିଦୁଆ ତାରୁଣ୍ୟେ

ତୋତେ ମୁଁ ଖୋଜୁଛି

ଜାଗର ରାତିର ଦୀପ ଆଲୁଅରେ।


ଭାଙ୍ଗୁଅଛି ହାଟ

ସରିଯାଏ ବାଟ

କେଉଁଠି ତୋର ତ

ନ ହୋଇଲା ଭେଟ

ଖୋଜୁଛି ଖୋଜୁଥିବି

ମିଶିବା ଯାଏ ମଶାଣିରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍