ଖଣ୍ଡଗିରି
ଖଣ୍ଡଗିରି
ଖଣ୍ଡଗିରି
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା
• ---------- -------------------- ----------
• ଖଣ୍ଡଗିରି ଗିରି ଏକାମ୍ର କାନନ ଦୟା ନଦୀ କୂଳେ କୂଳେ
• ଦିଶଇ ସୁନ୍ଦର ବିଚିତ୍ର ବର୍ଣ୍ଣା ସେ ପରିବ୍ରାଜକ ନେତ୍ରରେ
• ଅମର ଭୂବନ ନନ୍ଦନ କାନନ ସମ ଅପରୂପ ଛବି
• ଦେଖ ଖଣ୍ଡଗିରି ତରୁ,ଲତା ମାଳେ ଆବୋରିବସିଛି ଉର୍ବୀ ।।
•
• ଗିରି ଗୁହା ଗୁମ୍ଫା ହିନ୍ଦୁ,ଜୈନ,ବୁଦ୍ଧ ମିଶ୍ରିତ ପ୍ରସ୍ତର ଲିପି
• ଖାରବେଳ ରାଜ୍ୟ ଅଶୋକ,କନିଷ୍କ ଖୋଦିତ ଅସ୍ପଷ୍ଟ ଛବି
• ପଥର ଛାତି ରେ ଚାରୁ କୁଟିକମ ଇତିହାସ କଥା କହେ
• ମାଧବୀ,ମାଳତୀ, ବଣମଲ୍ଲୀ ଫୁଲ ତୋରଣ ମନକୁ ମୋହେ ।।
•
• ଦେବୀ ବାରଭୂଜା ଜୀବନ୍ତ ପ୍ରତିମା ସେ ଗିରି ଶିଖର କନ୍ଦରେ
• ରତନ ବେଦୀରେ ମହାମାୟା ବିଜେ ଦେଖୁଛି କୃପା ନେତ୍ରରେ
• ମହାବୀର ଜୈନ ସାଧୁ ସନ୍ଥମେଳେ ସୁଧର୍ମା ସଭା ମଣ୍ଡପେ
• ପବିତ୍ର ଏ ଖଣ୍ଡଗିରି ପରବତ ଧନ୍ୟ ହୋଇଛି ଜଗତେ ।।
•
• ନାନାଜାତି ପକ୍ଷୀ କଳରବେ ମନ୍ଦ୍ର ସଂଗୀତ କଂପନ ଧ୍ଵନି
• ମୁଖରିତ ରୋଳେ ଲାଗେ ସତେ ମଧୁ ସମମ୍ଭାସଣେ ଡାକେ ଗିରି
• ଆସ ହେ ଅତିଥି ପରିବ୍ରାଜକ ହେ ଦେଖ ତବ ପୂର୍ବ ସ୍ମୃତି
• ଉପଳ ଦେହରେ ଅବିକଳ ଚିତ୍ର କେମିତି କଥା କହୁଛି ।।
•
• ସାଧୁ,ସନ୍ଥ, ମୁନି ଏଯେ ତପୋଭୂମୀ କହେ କେତେ ଲୋକକଥା
• କେତେ କିମ୍ବଦନ୍ତୀ ସମାଧି ଉପରେ ଏ ଐତିହ ଟେକିଛି ମଥା
• ରହିଛି ଅକ୍ଷୁର୍ଣ୍ଣ ରଖିଅଛି ଚିହ୍ନ ଅମୃତମୟ ଏ ଗିରି
• ଧନ୍ୟ ଖଣ୍ଡଗିରି ଏକାମ୍ର କ୍ଷେତ୍ରର ଅମୂଲ୍ୟ ସମ୍ପଦ ଶୀରି ।।,
