STORYMIRROR

BANITA SAHU

Others

4  

BANITA SAHU

Others

କହ୍ନେଇ ପ୍ରେମରେ ହୋଇଲେ ବାଇ

କହ୍ନେଇ ପ୍ରେମରେ ହୋଇଲେ ବାଇ

1 min
184

ରାଧାଙ୍କ ପ୍ରେମରେ ନଥାଏ କଳଙ୍କ

କହ୍ନେଇ ପ୍ରେମ ପାଇଁ ଗୋପରେ ରଙ୍କ ।

ଚାନ୍ଦ ପରି ଲାଗଇ ତୁମରି ହସ

ତୁମରି ପ୍ରେମରି ହୋଇଲି ମୁଁ ବସ ।

ସୂରୁଜ ଉଇଁଲା ଉଠହେ କହ୍ନେଇ

ତୁମକୁ ଖୋଜି ଗୋପି ହୋଇଲେ ବାଇ ।

ଅନ୍ଧାର ହେଲାଣି କେଉଁଠି ଅଛୁତୁ

ମୋ କୋଳ ଖୋଜୁଛି ଧନ ଫେରିଆତୁ ।

ରଖିଛି କେତେ ମୁଁହିଁ ଲବଣି ସର

ଚାହିଁଛି ତତେ ଏହି ନୟନ ମୋର ।

ନିଧନ ଶଙ୍ଖାଳି ଅନ୍ଧର ଲହୁଡି

ଯାନାତୁ ଗୋପରୁ ଫେରିଆ ବାହୁଡି ।

ବୁଝିକି ପାରୁନୁ ଧନ ମାଁର ମନ

ଛାଡିତୁ ଯାଉଛୁ ଗୋପ ବୃନ୍ଦାବନ ।



Rate this content
Log in