STORYMIRROR

Nihar Ranjan Acharya

Others

3  

Nihar Ranjan Acharya

Others

କହିଲେ କହିବ କହୁଛି

କହିଲେ କହିବ କହୁଛି

1 min
168

ନାହିଁ କେହି ଚାହିଁବାକୁ

ମୋହରି ଫେରିବା ବାଟ, 

ମରିଗଲେ ହଜିଗଲେ 

ଦେବେନି କେହି କୁହାଟ । 


ଭିନ୍ନ ଏକ ପୃଥିବୀର 

ସିଧାସାଧା ମଣିଷଟେ, 

ଭଲ କଥା କହିଲେ ବି 

ସମସ୍ତଙ୍କୁ କଣ୍ଟା ଫୁଟେ।


ମର କହିବୁ ବାବୁରେ 

ମରମ କହିବୁ ନାହିଁ, 

ଧରମକୁ ଜଗିଥିଲେ 

ତୋ' ପେଟ ପୁରିବ ନାହିଁ।


ଯିଏ ଯାହା କରୁ ପଛେ 

ପାଟିରେ କୋଲପ ପକା,

ନ' ଦେଖିଲା ପରି ତୁହି 

ଆଖି ଥାଇ ବି ଜଳକା।


କାହାକୁ କହିବୁ ଏଠି 

ସଭିଏଁ ହେଁସ ମୁତୁରି, 

ହାତ ନାହିଁ ପାଦ ନାହିଁ 

ବସିଛି କଳା ନାଉରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍