STORYMIRROR

Biswajit Sahoo

Others

3  

Biswajit Sahoo

Others

କହିଦିଅ ପ୍ରଭୁ

କହିଦିଅ ପ୍ରଭୁ

1 min
247

ସହି ହେଉନାହିଁ କହି ହେଉନାହିଁ,

ମନ ତଳେ କେତେ କୋହ,

କାନ୍ଦି କାନ୍ଦି ଆଜି ଆଖି ଶୁଖିଲାଣି,

ଝରୁନାହିଁ ଆଉ ଲୁହ।


ସମସ୍ତେ ଥାଇବି କେହିବି ନାହାନ୍ତି,

ଦୁଃଖ ମୋର ବୁଝିବାକୁ,

ସବୁ ଏଠି ରାଜି ନିଜ ସ୍ବାର୍ଥ ପାଇଁ,

ଅନ୍ୟ ରକ୍ତ ଶୋଷିବାକୁ।


ପ୍ରାଣ ପ୍ରିୟ ଏଠି ବିଶ୍ବାସଘାତକ,

ସଂପର୍କର ମୂଲ୍ୟ ନାହିଁ,

କେମିତି ବଞ୍ଚିବି କହିଦିଅ ପ୍ରଭୁ,

ଧୈର୍ଯ୍ୟ ମୋର ଆଉ ନାହିଁ।


Rate this content
Log in