STORYMIRROR

Niranjan Sahu

Others

3  

Niranjan Sahu

Others

କହିଛନ୍ତି ଭାବଗ୍ରାହୀ

କହିଛନ୍ତି ଭାବଗ୍ରାହୀ

1 min
251

ବିଚିତ୍ର ଦୁନିଆଁ ବିଚିତ୍ର ମଣିଷ   

ସ୍ୱାର୍ଥ ରେ ମଣିଷ ଚାଲୁଛି

ପୁଅ ବଡ଼ ହୋଇ ବାହା ହେଲା ପରେ

    ପୁତ୍ର ମୋହେ ପଡିଯାଉଛି 


ପୁତ୍ର ମୋହେ ପଡି ବାପା ମାଆଙ୍କୁ

   ଘରେ ଅଣଦେଖା କରୁଛ

ନିଜ ପୁଅ ଯେବେ ଅଣଦେଖା କରେ

    ବାର କଥା କହିବୁଲୁଛ 


ତୁମେ ଯଦି ଯାଅ ପୁଅର ପାଖକୁ

   ବାପା ମାଆ ଛାଡ଼ିଦେଇ

ତୁମର ପୁଅର ପୁଅଟିଏ ହେଲେ

     ସିଏ ଯିବ କି ନାହିଁ ?  


ଏଣୁ ଭାବିବାର କିଛି ନାହିଁ

  ଯେ ଯାହା କରଇ ସେ ତାହା ଭୁଞ୍ଜଇ

        କହିଛନ୍ତି ଭାବଗ୍ରାହୀ 



Rate this content
Log in