STORYMIRROR

K. Nirmal

Others

2  

K. Nirmal

Others

କହିବି କାହାକୁ ଆଉ.?

କହିବି କାହାକୁ ଆଉ.?

1 min
14K


ମୋ ମା'ର ହୃଦୟ ଭାରି ସରଳ

ସ୍ନେହର ସାଗର ସିଏ..।

ଖାଇବାକୁ ଯଦି ନ ଥାଏ ଘରେ

ପାଣି ପିଇ ଶୋଇଯାଏ..॥

ସବୁବେଳେ ମାଆ ଚିନ୍ତା କରୁଥାଏ

ପୁଅ ମୋ ସୁଖରେ ରହୁ...।

ଦୁଃଖର ପାହାଡ଼ ନ ଆସୁ ଯେମିତି

ଖୁସିରେ ତା ଦିନ ଯାଉ..॥

ବାପାଙ୍କର ଦେହ ଭଲ ନାହିଁ ଜମା

ଦୁଃଖରେ ଅଛନ୍ତି ସିଏ..।

ଡାକ୍ତର କୁହନ୍ତି ମାନସିକ ଭାବେ

ଅସୁସ୍ଥ ଏବେ ଟିକିଏ..॥

ପ୍ରଭୁ ତ ମୋ ଦୁଃଖ ବୁଝିଲେନି କେବେ

କହିବି କାହାକୁ ଆଉ.?

କେଉଁ ଲାଭ ପାଇଁ ସଂସାର ଭସାଅ

କୁହ ଆହେ ମହାବାହୁ..॥

ସଂସାରର କଷ୍ଟ ସହିବାକୁ ପ୍ରଭୁ

ଦିଅ ମୋତେ ଟିକେ ବଳ..।

ମୋ ହାର୍ ରେ ସତେ କେଉଁ ଜିତାପଟ

କୁହ ଥରେ ନନ୍ଦ ବାଳ..॥

 ✍ କେ.ନିର୍ମଳ

ବାସୁଦେବପୁର, ଭଦ୍ରକ,ଓଡ଼ିଶା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍