Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Others

4.0  

Puspanjali Panda

Others

କହିବାର ଯାହାଥିଲା

କହିବାର ଯାହାଥିଲା

1 min
207


ସେ ଜାଗାଟିରେ

ମୋ ବୋଉର ଆଧିପତ୍ୟ ।


ମସଲାର ଗନ୍ଧ ସହ

ଚା,କଫି,ମାଛ ,ମାଂସ

ପିଠା ,ପଣା 

ସବୁବେଳେ ସବୁମିଳେ

ବୋଉ ସବୁବେଳେ ଥାଏ ହାଣ୍ଡିଶାଳେ


ତା ଆବର୍ତ୍ତମାନରେ

ସବୁ ହଜିଗଲା

ଗନ୍ଧହୀନର ସହୀନ ଜୀବନ ହେଇଗଲା ।


କହିପାରିଲିନି ଯାହା କହିବାର ଥିଲା

ବୋଉ ଲୋ

ସେ କଳା ଟିକେ ମତେ

ଶିଖାଇ ଦେଇଥାନ୍ତୁ କି!


ମୋ ହାତର ସ୍ୱାଦ

ମୋ ପିଲାଙ୍କୁ ରୁଚୁନି

ମୁଁ କିନ୍ତୁ ଏବେବି ଝୁରୁଛି !


ସ୍ମୃତିରେ ଭାସିଯାଉଛି

ତୋ ହାଣ୍ଡିଶାଳ

ତୁ ଆଉ ତୋ ମୁହଁ।


Rate this content
Log in