Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Others

4  

KRUTIBAS NAYAK

Others

କହିବାକୁ ଲାଜ

କହିବାକୁ ଲାଜ

1 min
21



ସାରା ଦୁନିଆରେ ଚହଳ ପଡ଼ିଛି କରୋନା ଆସୁଛି ମାଡ଼ି,

ତାଲାବନ୍ଦର ଡାକରା ଆସିଛି ଠିଆହୁଅ ଛାଡ଼ିଛାଡ଼ି |


କହିବାକୁ ଲାଜ ନିଜଲୋକ କଥା ଦୋକାନରେ ଭାରି ଭିଡ଼,

ଅମାନିଆ ଆଉ ଅଲାଜୁକ ଦେଖି ପୁଲିସ ଦେଉଛି ମାଡ଼ |


ଜୀବନଟା ପଛେ ଚାଲିଗଲେ ଯାଉ ଖାଇବୁ ପରିବା ତାଜା,

ଦରମା ସହିତ ଛୁଟି ତ ମିଳିଛି ବୁଲିଲେ ମିଳିବ ମଜା |


ମଜା ଖୋଜୁଖୋଜୁ ସଜା ମିଳିଯାଏ ପିଠିରେ ବାଜିଲେ ଠେଙ୍ଗା,

ଚହଟ ଚିକ୍କଣ ଗଲାବେଳେ ସିନା ଫେରିଲା ବେଳକୁ ପେଙ୍ଗା |


ସରକାରୀ କଥା ଆଇନକୁ ଆମେ ଫୁଙ୍କି ଫିଙ୍ଗି ଦେଇଥାଉ,

କରୋନା ଭୂତାଣୁ ବାହାରୁ ଗୋଟେଇ ନିଜଘର ପାଇଁ ନେଉ |


ପରିବାର ସଂଗେ ଘରେ ରହିବାକୁ ଲାଗୁଛି ଆମକୁ ବିଷ,

ନିଜେ ତ ମରିବୁ ଅନ୍ୟକୁ ମାରିବୁ ହୋଇବୁ ଏକାନ୍ତ ବାସ |


ଧିକ ଏ' ଜୀବନ ଛୋଟ ଆମମନ ମାଗଣା ପାଇଁ ପାଗଳ,

ଶସ୍ତାରେ କେଉଁଠି ମିଳିଲେ ଆମେ ତ ପିଉଛୁ ପେଟେ ଗରଳ |


ପରିବାର ଦ୍ରୋହୀ ଦେଶଦ୍ରୋହୀ ଆମେ ଶତ୍ରୁ ମାନବ ଜାତିର,

ଆମରି ସେବାରେ ବ୍ରତୀ ପୁଲିସଙ୍କୁ ମାରୁଛୁ ଟେକା ପଥର,


ବିପଦ ବେଳରେ ଡାକ୍ତର ନର୍ସ ଆମପାଇଁ ଭଗବାନ,

ତାଙ୍କୁ ବି ଛାଡ଼ୁନୁ ମାଡ଼-ଗାଳି ସହ ଦେଉ ଆମେ ଅପମାନ |


ଅସୁର ପ୍ରକୃତି ନୀଚ ମନୋବୃତ୍ତି କେମିତି ଛାଡ଼ିବୁ କୁହ ?

ନରକରୁ ଜନ୍ମ କୃମିଠାରୁ ହୀନ କେବଳ ମଣିଷ ଦେହ |




Rate this content
Log in