କହି ପାରୁନାହିଁ
କହି ପାରୁନାହିଁ
ପୂଜନୀୟ ବାପା,
ଦୂରରୁ ମୋର ଭୂମିଷ୍ଠ ପ୍ରଣାମ ନେବ,
ଗଙ୍ଗାକାଳୀଙ୍କର କରୁଣାରୁ ତମେ
ନିଶ୍ଚୟ ଭଲରେ ଥିବ
ପାଖେ ରଖିଲିନି ,ସେବା କରିଲିନି
ସେ ଲାଗି ରୋଷ କରିଛ
ବାଛି ବାଛି ବୋହୁ ଘରକୁ ଆଣିଛ
କିମ୍ପାଇ ଆଖି ପୋଛୁଛ
ଚାକିରିଆ ବୋହୁ କରିଥିଲ ବୋଲି
ବାହାସ୍ଫଟ ମାରୁଥିଲ
ଅଶୀ ବରଷରେ ରୋଷେଇ କରୁଛ
ହୋଇଏତେ କଲବଲ
ଭଲ ହେବ ଯଦି ବୃଦ୍ଧା ଶ୍ରମ ଦେଖି
ରହିବାକୁ ଚାଲିଯିବ
ପୁଅ ବୋଲି ମୋର ମନଦୁଃଖ, କଷ୍ଟ
ଟିକିଏ ତ କମ୍ ହେବ
ବେରୋଜଗାରିଆ ସ୍ୱାମୀ ଟିଏ ମୁଁ
ଟିକିଏ ହେଜନ୍ତ ଯଦି
ପୁଅ ବୋହୂ ନାତି ନାତୁଣୀଙ୍କଲାଗି
କଣ୍ଟା ହୁଅନ୍ତନି ଆଯି
ଭଲହେଇଛି ମୋ ବୋଉ ଚାଲିଗଲା
ବୋହୁ ନ ଦେଖିଲା ନାହିଁ
ବଞ୍ଚିଥିଲେ ବୋଧେ ଆପେଚାହିଁ ଥାନ୍ତା
ଶିଘ୍ର ମରିଯିବା ପାଇଁ
ଗୋଡ଼ ହାତ ତୁମ ଚଳୁଅଛି ଯେଣୁ
ବୃଦ୍ଧାଶ୍ରମେ ଚଳିଯିବ
ଘରଣୀ ମୋର ତା ବାପା ଭାଇ ନେଇ
ଶାନ୍ତିରେ ଘର କରିବ
