ଖେଳରେ ଖେଳରେ ଚେକର୍
ଖେଳରେ ଖେଳରେ ଚେକର୍
1 min
11.6K
ଖେଳ ଦିଏ ଶାରିରୀକ ଶକ୍ତି ପୁଣି ମାନସିକ ଫୁର୍ତ୍ତି
ସେଥିପାଇଁ ସମାଜରେ ଖେଳର ବଡ ଭାବମୂର୍ତ୍ତି।
ସମଗ୍ର ବିଶ୍ବରେ ଖେଳର ମହତ୍ତ୍ଵ ବଢେ ଦିନୁଦିନ
ଅଲିମ୍ପିକ୍ କମିଟି ନୂତନ କ୍ରୀଡାକୁ ଦିଏ ତହିଁ ସ୍ଥାନ।
ଚେସ୍ ପରି ଆଧୁନିକ ଖେଳ ଚେକର୍ ମାନସିକ ବିକାଶ
ଇନ-ଡୋର ଗେମ୍ ର ମାନ୍ୟତା ଦୁଇ ଜଣ ଖେଳାଳି ଅବଶ୍ୟ।
ଆଗକୁ ଡେଇଁବା ଶକତି ଖେଳଟିକୁ ମଜାଦାର କରେ
ନାନାରଂଗୀ ବର୍ଣ୍ଣ ବିଭା ଦାନ ସମାଜର ରୂପଚିତ୍ର ଧରେ।
ଅପରକୁ ଅଟକାଇବାର ଶକ୍ତି ଯୋଗୁଁ ନାମ ତା ଚେକର୍
ପରିବାର ସମାଜ ସବୁଠି ଚେକର୍ ଭୂମିକା ଗୁରୁତର।
ଚେକର୍ କୁ ଚେକ୍ ଦେବାପାଇଁ ଅଛି କାହା ସାଧ୍ୟ ଜଗତରେ
ଦୁରାରୋଧ୍ୟ ଗତି ତା'ର ମାଡିଚାଲେ ଜୟ ଜୟକାରେ।
