Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dasarathi Sahu

Others

2  

Dasarathi Sahu

Others

ଖେଳ ଯାହା ନିୟତିର

ଖେଳ ଯାହା ନିୟତିର

1 min
1.9K


ଘର ନୁହେଁ ଖାଲି ବାଲି ସିମେଣ୍ଟର

ଆବଦ୍ଧ ରୁଦ୍ଧ କୋଠରୀ

ରାଜ ରାସ୍ତା କଡେ ଜୀବନ ହସିଲେ

ଲାଗେ ବଇକୁଣ୍ଠ ପୁରୀ

ସେହି ବଇକୁଣ୍ଠେ ଅଳପେ ସନ୍ତୁଷ୍ଟେ

ହସ ଖୁସି ପଟୁଆର

ଏ ଓଳି ଅତିଥି ଆର ଓଳି ଯାତ୍ରୀ

ଖେଳ ଯାହା ନିୟତିର

ସଂକ୍ଷିପ୍ତ ଜୀବନେ ବିସ୍ତୃତ ବେଦନା

ଆଶା ଦୁଃଖର କାରଣ

ଐଶ୍ୱର୍ଯ୍ୟ ବିଭବ ବାଟବଣା କରେ

ଯାତନାରେ ମ୍ରିୟମାଣ

ପୂଣ୍ୟ ପୃଥିବୀରେ ପାପର ମହଲ

ନିମଷକେ ହୁଏ ଚୁନା

ଉଦ୍-ବେଗେ ଆବେଗ ଅନୁଶୋଚନା

ଦିଅଇ ଲୁହ ବଇନା

ଦେଖ ଜନମଞ୍ଚ ମୋ ରାଜ୍ୟ ନିକାଞ୍ଚ

ସୁଖ ସରାଗର ଥାଟ

ସେଇ ରାଇଜେ ମୁଁ ଏକା ଅଧୀଶ୍ୱର

ମୁକୁଟହୀନ ସମ୍ରାଟ

ଦାଶରଥି ସାହୁ

କଳମ୍ବ /ଗଜାଂମ


Rate this content
Log in