STORYMIRROR

subrat kumar jena

Others

3  

subrat kumar jena

Others

ଖେଳ ପ୍ରତାରଣାର

ଖେଳ ପ୍ରତାରଣାର

1 min
129

ମୁଁ ମାନି ଗଲି ତୁମକୁ ,ତୁମେ ଯେ କେତେ ବଡ଼ ଖେଳାଳି

ତୁମର ସମକକ୍ଷ ହେବେନି କେହି ଏହି ପ୍ରତିଯୋଗିତାରେ

ତୁମକୁ ସାହା ହୁଏ ,ତୁମର ସେଇ ନିରୀହ ଆଖିର ଚେହେରା

କିଏ ଜାଣୁଛି ସେଇ ଆଖିତଳେ କେମିତି ତୁମେ ଜାଳ

ପ୍ରତିକ୍ଷଣ ପ୍ରତାରଣାର ନିଆଁ

ହିସାବ ବା କିଏ ରଖିଛି ,କେତେଯେ ଭ୍ରମର ଜଳିଛନ୍ତୁ

ତୁମର ନକଲି ପ୍ରେମର ହୁତୁ ହୁତୁ ନିଆଁରେ

ମଜା ଲାଗେନା ତୁମକୁ,କାହାକୁ ଦୁଃଖରେ ଜଳିବାକୁଦେଖି

ତୁମେ ଭରପୁର ମଜାନିଅ କାହାର ବାଧ୍ୟ ବଧକତାକୁ ଦେଖି

ତୁମେ ଏକା ଏକା ଅଟ୍ଟାହାସ୍ୟ କର ପିସାଚୀ ପରି

ସତେ ଯେମିତି ଅନେକ ଦିନ ପରେ ପାଇଛ ଜୀଅନ୍ତା ନରର ରକ୍ତ

ତୁମେ ନାରୀ ରୂପରେ ,ପୃଥିବୀରେ କଳଙ୍କ ସମଗ୍ର ନାରୀ ଜାତି ଲାଗି

ଯାହା ଲାଗି ଭଗବାନ ଗଢ଼ିଥିଲେ ତୁମ ମାନଙ୍କୁ ଦ୍ଵିତୀୟ ରୂପ କରି

ତୁମେ ଯେ ଭସ୍ମ ଆସୁର ହୋଇଯିବ ଏକଥା କିଏ ଜାଣିଥଲା

ଅତି ଚମତ୍କାର ଭାବେ ଖେଳିଲ ତୁମେ ସତରଂଜରେ

ଏମିତି ଭାବେ ହାତକଲ ପିଆଦା ମାନଙ୍କୁ ସବୁରି ମୁହଁ ଚୁପ

କାହାକୁ ଯୌବନ ମୋହରେ,କାହାକୁ ଆଦର, ଆଉ କାହାକୁ ଧମକର ଡରରେ

ଏମିତି ଖେଳି ଖେଳି ଆଜି ତୁମେ ଜଣେ ପକ୍କା ଖେଳାଳି

ହଁ ମାନୁଛି ଆଜି ତୁମର ସମୟ ଚାଲିଛି

ହେଲେ ଏଜେ ସବୁ ସମୟ ରହିବ ,ସେ କଥାର କିଛି ମାନେ ନାହିଁ

ମୁଁ ଖାଲି ଅପେକ୍ଷା କରିଛି,ଗୋଟେ ସୁବର୍ଣ୍ଣ ସୁଯୋଗକୁ

ଗୋଟିଏ ଥରରେ ତୁମ ସବୁ ଖେଳକୁ ଅନ୍ତ କରିବାକୁ

ଯେତେ ଗର୍ବ ଅଂହଂକାର କରିବାର ଅଛି କରିଚାଲ

ଅନ୍ତ ତ ନିଶ୍ଚିତ,ଆଜି ନହେଲେ କିଛି ଦିନ ବ୍ୟବଧାନରେ

ଯେତେ ବେଳେ ତୁମେ ତଳକୁ ଖସିବା ଆରମ୍ଭ କରିବ

ତେବେ ଯାଇ ବୁଝିବ ଏ ଖେଳର ଅସଲି ମଜାକୁ

ରାଜାର ଦିନେ ପ୍ରଜା ହେବାର ସମୟକୁ ନିଜ ଆଖିର ଦେଖିବ

ଯଦି ପାରୁଛ ସମୟ ଥାଉ ଥାଉ ସୁଧୁରି ଯାଅ, ନିଜେ ଭଲରେ ରୁହ

ନିଆଁ ରୂପି ମୋତେ ବି ଭଲରେ ରହିବାକୁ ଦିଅ

କାହିଁକି ନା ତୁମର ସବୁ ମିଛ ଅଭିନୟ ଆଜି ସର୍ବ ସମ୍ମୁଖରେ।।।।



Rate this content
Log in