STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଖେଚୁଡ଼ି ଭୋଗରେ ମନ

ଖେଚୁଡ଼ି ଭୋଗରେ ମନ

1 min
6.3K


ଖେଚୁଡ଼ି ଭୋଗରେ ହେଉଛି ମୋ ମନ

ଖିଆଲ କେଜାଣି କାହିଁକି

ଜଗା କାଳିଆକୁ ଭୋଗ ଲାଗିଗଲେ

ସତେ ଟିକେ ମୁଁ ପାଇବିକି।


ଭୋଗ ହୁଏ ତୁମ ଅରପଣ ହୋଇ

ତୁମେ ଅବା କେଉଁ ଖାଅକି

ତୁମେ ଖାଉଥିଲ କ୍ଷୀର ଦହି ସର

ଘର ଘର ବୁଲି ନୁହଁ କି


ପ୍ରସାଦ ନକରି ପ୍ରସାଦ ପାଇଲେ

ଉଦ୍ଧାର କରିଲ ଗୋପୀଙ୍କି

ଖାଇଥିଲ ବୋଲି ସେ ସର ଲବଣୀ

ମଥୁରା ବିଜୟ ହେଲା କି


ଗୋଉଡୁଣୀ ଦହି କିମିଆ କରିଲା

ମାଣିକପାଟଣା ଦେଲକି

କେତେ ଭକତିରେ ଦାସିଆ ଡାକିଲା

ନଡିଆ ନେଇଛ ଯାଇକି


କରିବାକୁ ସିନା କରୁଥିଲ ଚୋରି

ଧରା ପଡୁଥିଲ ଜାଣିକି

ନଟିଆ ନାଗର ବାହାନା ମାତର

ଲୀଳା ସାଗରରେ ରହିକି।


ଶବରିଣୀ କୋଳି ଦେଇଥିଲା ବୋଲି

ଖାଇଲ ଅଇଁଠା ନାହିଁ କି

ସୁଦାମା ଭକତ ଖୁଦ ଭଜା ଦେଇ

ପାଇଲା ଶ୍ରୀ ପଦ ନୁହେଁ କି


କବିତାରେ ମୋର କରୁଛି ମିନତୀ

ଖେଚୁଡ଼ି ପାଇବା ପାଇଁକି

ମୋ ଠାରୁ ପ୍ରତ୍ୟାଶା କରୁଛ କି ପ୍ରଭୁ

ମୋର ଯାହା ତୋର ନୁହେଁ କି


ପ୍ରଶାନ୍ତ କୁମାର ହୋତା


Rate this content
Log in