STORYMIRROR

Jyotiranjan Acharya

Others

2  

Jyotiranjan Acharya

Others

ଖବର୍ଦାର୍ ପ୍ରେମିକ

ଖବର୍ଦାର୍ ପ୍ରେମିକ

1 min
8.4K


ନୀଳ ନୀଳ ନୟନରେ

ନୀଳ ଜଳରାଶି,

ନଯା ସେ ଜଳ ପାଖକୁ

ଅଛି ବିଷ ମିଶି।

ସୁନା ସୁନା ରଙ୍ଗ ଦିଶେ

ନୁହେଁ କିନ୍ତୁ ସୁନା,

ସ୍ବର୍ଣ୍ଣ ମୃଗ ବେଶେ ମୃତ୍ୟୁ

ଛୁଉଁନା ଛୁଉଁନା।

ନୂପୁର ନିକ୍ବଣେ ଶୁଭେ

ସଙ୍ଗୀତ ମଧୁର,

କାଉଁରୀ ଦେଶର କଥା

ତନ୍ତ୍ର ମନ୍ତ୍ର ସ୍ଵର।

ଘନ କଳା କବରୀର

ଦେଖି ଘନ ଛାୟା,

ନଯାଅ ଦନାଇଁ ତାହା

ମାଲ୍ୟାଣୀର ମାୟା।

ପ୍ରୀତିର ଜନ୍ତା ବସାଇ

ରୂପ ଥୋପ ଦେଇ,

କଁଅଳ ମାଉଁସ ପାଇଁ

ରୂପବତୀ ଅଛି ଚାହିଁ।

-----------------------

© ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ

ଅଗରତାଲା, ତ୍ରିପୁରା

ଫୋନ୍ :୭୩୮୧୮୬୨୭୩୪


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍