STORYMIRROR

PURNA CHANDRA PANDA Purna

Others

2  

PURNA CHANDRA PANDA Purna

Others

ଖବର ଆମର

ଖବର ଆମର

1 min
49

ବିଶ୍ୱ ଧନୀ ଶ୍ରେଣୀ ପଛରେ ପକାଇ

ଅlଦାନୀ ଚାଲିଲେ ଆଗକୁ  

ଆମେରିକା ବଡ଼ ପଣ ଭାଙ୍ଗି ରୁଷ

ଯୁଦ୍ଧେ ବଡ଼ କରେ ନିଜକୁ ll


C. j. i ସଚେତନ ବାର୍ତ୍ତା ଦେଲେ

ମନ ବଳ ପାଇଁ C. B. I କୁ 

ଛାତରୁ ଡେଇଁଲେ ପଢ଼ା ଛାତ୍ରୀ ପୁଣି

କଳଙ୍କ ମୁଖ୍ୟ ଶିକ୍ଷକଙ୍କୁ ll


ଆମ ଜୟଶଙ୍କର ବାବୁ ଖୋଲିଲେ

ଇୟୁରୋପୀୟ ସଙ୍ଘ ମୁଖାକୁ  

ଦେଶରେ ହଜାରେ ଚବିଶି ରାଜ୍ୟରେ

ଏକଚାଳିଶ ନିଆଁ ଜଙ୍ଗଳକୁ ll


ରାସ୍ତା ମଝିଟାରେ କୁହିକା ବାସୀହେ

କାହିଁକି ରଖିଛ କୂଅକୁ  

ଅକାଳେ ଜୀବନ ଅନ୍ଧାରେ ପଡଇ

କିଏ ଫେରାଇବ ପୁଅକୁ ll


ଗୋଟିଏ ପ୍ରକଳ୍ପ ଏକାଧିକ ବିଲ୍

ଲାଜ ନାହିଁ ପ୍ରଶାସନକୁ  

ପଥର ମାଫିଆ ପାହାଡ଼ ଲୁଟୁଛି

ଭରସା କି ନ୍ୟାୟ ପାଳକୁ ll


ଥାନା ସମ୍ମୁଖରେ ଜୁଆ ଅଡ୍ଡା ଦେଖି

ସନ୍ଦେହ ପୋଲିସ ବାବୁଙ୍କୁ  

ଆମ ରାଜ୍ୟେ ଅଠର ଘଣ୍ଟା ଡିୟୁଟି

ପୋଲିସ୍ ଦିଏ ସରକାରଙ୍କୁ ll


ପଶ୍ଚିମ ଓଡିଶା ଜଳୁଛି ଗରମେ

ଟିଟିଲା ଚାଳିଶ ଡିଗ୍ରୀକୁ  

ସବୁ ଦୋଷ ମାନି ଗଲା ସେ ଶର୍ମିଷ୍ଠା

କିଆଁ ରିମାଣ୍ଡ ନାଟକକୁ ll


ଶାନ୍ତି ପ୍ରକ୍ରିୟାର ହାତ ବିଶ୍ୱ ପାଇଁ

ବଢ଼ାଇଲା ଦେଖ ଦେଶକୁ  

ଯୁଦ୍ଧ ବନ୍ଦ ନିତି ଭାରତେ ପ୍ରସ୍ତୁତ

ବିଦେଶୀ ନେତାଙ୍କ ଭିଡକୁ ll


ଇମ୍ରାନ ଦେଲେନି ଇସ୍ତଫା ଭାଙ୍ଗିଲେ

ପାକିସ୍ଥାନୀ ଆସେମବିଲିକୁ  

ନୂଆ ଚାଲ କରି ଗଣତନ୍ତ୍ର ମାରି 

ବିଦ୍ରୋହୀ ପ୍ରଧାନ ମନ୍ତ୍ରୀକୁ ll


ଏତେ ଦିନ ପରେ ଇୟୁକ୍ରେନ ଦେଖ

ବିମାନ ଛାଡିଲା ଋଷୁକୁ  

ଚାରି ଦିନେ ଯିଏ ଜିତିବ କହିଲା

ବିତିଗଲା ଦେଢ଼ ମାସକୁ ll


G. S. T. ଆଦାୟ ରେକର୍ଡ କରିଲେ

ସହଯୋଗ ଅର୍ଥନୀତିକୁ  

L. P. G. କମରସିଆଲ ରେଏଟ

ବଢ଼ିଲା ଅଢେଇ ଶହକୁ ll



Rate this content
Log in